ଓଡ଼ିଶାର ପ୍ରଥମ ଆଣ୍ଟିଜେନ ଟେଷ୍ଟ କିଟ୍କୁ ICMRର ଗ୍ରୀନ ସିଗନାଲ

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶାର ପ୍ରଥମ ଆଣ୍ଟିଜେନ ଟେଷ୍ଟ କିଟ୍କୁ ICMRର ମିଳିଛି ଗ୍ରୀନ ସିଗନାଲ । ମେକ୍ ଇନ ଓଡ଼ିଶା ରାପିଡ୍ ଆଣ୍ଟିଜେନ କିଟ୍ IMCOV-AGକୁ ଅନୁମତି ମିଳିଛି । ଭୁବନେଶ୍ୱରର ଇମ୍ଜେନେକ୍ସ ଇଣ୍ଡିଆ ଲିମିଟେଡ ଏହି କିଟ୍ ପ୍ରସ୍ତୁତ କରିଛି ।

covid test

RMRC- ଇମ୍ଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ କିଟ୍ ପ୍ରସ୍ତୁତ ହେଉଛି । ଗତକାଲି କିଟ୍କୁ ICMR ଅନୁମତି ଦେଇଥିବା RMRC ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ଏଣିକି ଏହି କିଟ୍ରେ ଓଡ଼ିଶାରେ କୋଭିଡ ଆଣ୍ଟିଜେନ ଟେଷ୍ଟ କରାଯିବ । ଏହି କିଟ କରୋନା ଭାଇରସର ଯେ କୌଣସି ଭାରିଆଣ୍ଟକୁ ଚିହ୍ନଟ କରିପାରିବ ।

Leave A Reply

Your email address will not be published.