ରାଜ୍ୟ

କେନ୍ଦୁଝର ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହେଲା ମେଡିକାଲ ଅକ୍ସିଜେନ ରିଫିଲିଙ୍ଗ ସେଣ୍ଟର

କେନ୍ଦୁଝର(କେନ୍ୟୁଜ୍): ଦେଶରେ ଦେଖାଦେଇଥିବା ଅମ୍ଳଜାନ ଅଭାବକୁ ମୁକାବିଲା କରିବା ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ଆଗେଇ ଆସିଛନ୍ତି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ଏମଏସପି ଗ୍ରୁପ ଏଥିରେ ସାମିଲ ହୋଇଛି । ଏହି ଗ୍ରୁପର ଆନୁସଙ୍ଗିକ ଅନୁଷ୍ଠାନ ଏବିଏସ ମର୍ଚଣ୍ଟ ଆଜିଠାରୁ ଆନୁଷ୍ଠାନିକ ଭାବେ ମେଡିକାଲ ଅକ୍ସିଜେନ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛି । ରାଜ୍ୟ ସରକାର ଗତ ୧୯ ତାରିଖରେ ୨୮ ଟି ଶିଳ୍ପାନୁଷ୍ଠାନକୁ ସ୍ୱକୃତି ପ୍ରଦାନ କରିଥିଲେ । ସେଥି ମଧ୍ୟରେ ୫ ଟି ଉତ୍ପାଦନ କେନ୍ଦ୍ର ଥିବା ବେଳେ ଅନ୍ୟ ୨୩ ଟିକୁ ବିତରଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟରେ ଯେପରି ଅକ୍ସିଜେନର ଅଭାବ ଦେଖା ନଦେଵ ସେଥିପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ବେଳେ ଆଗକୁ କରୋନା ମହାମରୀରେ ଜିଲ୍ଲାର ଆବଶ୍ୟକ ଅକ୍ସିଜେନ ଏହି ଗ୍ରୁପ ପୁରଣ କରି ପାରିବ ବୋଲି ଏହାର ସଭାପତି ପ୍ରକାଶ କରିଛନ୍ତି । ଲାଭଖୋର ମନବୃତି ନରଖି ରୋଗୀଙ୍କ ସେବା ଲକ୍ଷ୍ୟରେ ଏହାକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଜିଲ୍ଲାରେ  ଗୋଟିଏ ବି  ରିଫିଲିଙ୍ଗ ସେଣ୍ଟର ନଥିବା ବେଳେ ପ୍ରଶାସନ ସହଯୋଗକଲେ କୋଭିଡ଼ ହସ୍ପିଟାଲ ଛଡା ପ୍ରତ୍ୟେକ କୋଭିଡ଼ କେୟାର ସେଣ୍ଟରରେ  ଅକ୍ସିଜେନ ଯୋଗାଇ ଦେବ ବୋଲି ଏହି ଗ୍ରୁପ ଆଶା ରଖିଛି ।

KNews Bureau

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

17 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

55 mins ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

1 hour ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago