ଚିରନିଦ୍ରାରେ ସ୍ବାଧୀନ ଭାରତର ଓଡ଼ିଶା ବିଧାନସଭାର ମୁରା ଓ ଆମ୍ଭବନା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ମକରଧ୍ବଜ ପ୍ରଧାନ

ଝାରସୁଗୁଡ଼ା : ୧୯୨୪ ମସିହା ଜାନୁଆରି ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ମକରଧ୍ବଜ ବିଭିନ୍ନ ଆନ୍ଦୋଳନରେ ସାମିଲ୍ ହୋଇ ପରେ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଜା ସୋସାଲିଷ୍ଟ ଦଳରୁ ପଶ୍ଚିମ ଓଡ଼ିଶାର ଏକମାତ୍ର ପ୍ରଥମ ବିଧାୟକ ଭାବରେ ନିର୍ବାଚିତ ହେବା ତାଙ୍କ ରାଜନୈତିକ ବ୍ୟକ୍ତିତ୍ଵର ବଳିଷ୍ଠ ପରାକାଷ୍ଠା ୧୯୫୨ ମସିହାରେ ଓଡ଼ିଶାର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମ୍ବାଭୋନା ନିର୍ବାଚନମଣ୍ଡଳୀରୁ ମକରଧ୍ବଜ ବିଧାୟକ ହୋଇ ୧୯୫୭ ଯାଏ ଗୃହର ସଦସ୍ୟ ଥିଲେ । ୧୯୫୭ରେ ସେ ପୁଣି ଥରେ ଲଢ଼ି ପରାଜିତ ହୋଇଥିଲ ।

କୃଷି ଓ କୃଷକର ଚରମ ସପକ୍ଷବାଦୀ ଆନ୍ଦୋଳନର ସେ ପୁରୋଧା ଥିଲେ  | ସେ ସମୟରେ ବ୍ରଜରାଜନଗର ଅଞ୍ଚଳ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ରହିଥିବା ବେଳେ ଲଖନପୁର ଅଞ୍ଚଳ ମୁରା ଥାନା ଅଧୀନରେ ଥିଲା । ମକରଧ୍ବଜଙ୍କ ପୈତୃକ ଘର ରମ୍ପାଲୁଗା ଓ ବାଘମୁଣ୍ଡାରେ ଥିଲା । ରମ୍ପାଲୁଗା ଗାଁ ହୀରାକୁଦ ନଦୀବନ୍ଧ ଯୋଗୁଁ ବୁଡ଼ିଯିବାରୁ ଅନ୍ୟମାନଙ୍କ ସେ ଆସି ବାଘମୁଣ୍ଡା ଗାଁରେ ରହିଥିଲେ । ସ୍ବାଧୀନତା ପରେ ପ୍ରଥମ ନିର୍ବାଚନ ଲଢ଼ିବା ଅନୁଭୂତି ଥିଲା ନିଆରା । ସେ ସମୟରେ ତାଙ୍କ ନିର୍ବାଚନ ଖର୍ଚ୍ଚ ଥିଲା ସର୍ବମୋଟ ୮୫୦ ଟଙ୍କା  ।  ନିର୍ବାଚନ ପ୍ରତିଦୃଦ୍ବିତା ସମୟରେ କୌଣସି ଛନ୍ଦକପଟ ନଥିଲା  |

ପ୍ରଚାରର ଏକମାତ୍ର ମାଧ୍ୟମ ଥିଲା ସାଇକେଲ । ସାମ୍ପ୍ରତିକ ସମୟରେ ଭୋଟ ରାଜନୀତି ମୁଖ୍ୟତଃ ଦଳ, ବାହୁବଳ ଓ ଅର୍ଥବଳ ଉପରେ ନିର୍ଭର କରୁଛି । କିନ୍ତୁ ଉତ୍ତମ ବ୍ୟକ୍ତିତ୍ବ ଓ ସେବକ ହୋଇ ରାଜନୀତି କରିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ଜିତିବାକୁ ହେଲେ ଲୋକଙ୍କ ହୃଦୟରେ ରହି ରାଜନୀତି କରିବାକୁ ହେବ ବୋଲି ସେ କହିଆସୁଥିଲେ । ସ୍ଵାଧୀନ ଭାରତର ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ବଜ ପ୍ରଧାନଙ୍କର ଗତକାଲି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି । ତାଙ୍କୁ ୧୦୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ କାର ସେ ଗତ ୨ମାସ ହେଲା ଶଯ୍ୟାଶାୟୀ ଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ପୁଅ କମଳ ପ୍ରଧାନ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like