କାଲି ଶ୍ରାବଣ ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ

କାଲି ଶ୍ରାବଣ ପ୍ରଥମ ସୋମବାର । ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ କାଉଡ଼ିଆ ଭକ୍ତ । ଚଳଚଞ୍ଚଳ ହେଲାଣି ଶୈବପୀଠ । ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଠଗଡ଼ ପ୍ରଶାସନ ଓ ପୂଜକ ସମାଜ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଶ୍ରାବଣ ସୋମବାର ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଅନ୍ୟ ପକ୍ଷରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବାବା ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ କଳସ ରେ ଜଳ ଆଣିବାକୁ ନିଷେଧ କରାଯାଇଛି । ଯେଉଁ ଭକ୍ତ ପ୍ଲାଷ୍ଟିକ କଳସରେ ଜଳ ଆଣିବେ ସେମାନେ ଜଳ ଲାଗି କରିବାରୁ ବଞ୍ଚିତ ରହିବେ ବୋଲି ପ୍ରଶାସନ କହିଛି ।

You might also like