ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି, ୨୫ ମାର୍ଚ୍ଚରେ ନାମାନଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟରୁ ୪ଟି ଲୋକସଭା ଓ ୨୮ବିଧାନସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୪ଟି ଲୋକସଭା-କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏପ୍ରିଲ ୧୧ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ପାଇଁ ମତଦାନ ହେବ । ଏହି ୪ଟି ଆସନ ରହିଛି ବିଜେଡି ହାତରେ । ଏହାସହ ଏହି ଲୋକସଭା ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ଏହି ୨୮ଟି ଆସନରୁ ୨୦୧୪ରେ ବିଜେଡି ୨୦, କଂଗ୍ରେସ ୬ ଓ ବିଜେପି ଦୁଇଟି ଆସନରେ ଜିତିଥିଲା । ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ, ବିଜେଡିର ପ୍ରଥମ ଟେଷ୍ଟ । ୨୫ ମାର୍ଚ୍ଚ ରହିଛି ନାମାନଙ୍କ ଦାଖଲର ଶେଷ ଦିନ । ୨୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

Leave A Reply

Your email address will not be published.