Below header

ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ, ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ମୋଟ୍ ୩୭ ଜଣ ପ୍ରାର୍ଥୀ। ସେହିପରି ଏହି ୪ ଲୋକସଭା କ୍ଷେତ୍ର ଅଧୀନ ୨୮ ବିଧାନସଭା ଆସନରେ ଲଢୁଛନ୍ତି ମୋଟ୍ ୨୪୩ ଜଣ ପ୍ରାର୍ଥୀ ଅଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୬୨ ଲକ୍ଷ ୮୭ ହଜାର । ସେଭିତରୁ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଓ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର । ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଅଛନ୍ତି। ୭ ହଜାର ୩୦୩ ଟି ବୁଥରେ ଭୋଟର ମତଦାନ କରିବେ। ୬୦ ପ୍ରତିଶତ ବୁଥରେ ଲାଇଭ ଷ୍ଟ୍ରିମ ହେବ। କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଏବଂ କଳାହାଣ୍ଡିରେ ସର୍ବାଧିକ ଭୋଟର ଅଛନ୍ତି। ୧୨୯୪ ଶତାୟୁ ଭୋଟର ଅଛନ୍ତି। ୧୨ ଶହ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ ଟା ପର୍ଯ୍ୟନ୍ତ ଭୋଟିଂ। ସେହିପରି ୩ ହଜାର ୫୨୨ ପୋଲିଂ ଷ୍ଟେସନରେ ୫ ଟା ଯାଏ ପୋଲିଂହେବ। ୨୫୭୫ମତଦାନ କେନ୍ଦ୍ରରେ ୬ ଟା ପର୍ଯ୍ୟନ୍ତ ଭୋଟିଂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.