କଟକ: ପ୍ରଥମ କରି ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପୀ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ  ଆରମ୍ଭ ହେଲ ପ୍ଲାଜ୍‌ମା ଥେରାପି । ଗତକାଲି କଟକ SCBରେ ୪ଜଣଙ୍କଠାରୁ ପ୍ଲାଜ୍‌ମା ସଂଗୃହୀତ ହୋଇଥିଲା । ଆଜି ସେହି ପ୍ଲାଜମାକୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରଥମ ଥର ଲାଗି ଜଣେ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଇଛି।  ଜଣେ ୪୮ ବର୍ଷୀୟ କରୋନା ପଜିଟିଭଙ୍କୁ B ପଜିଟିଭ୍ ପ୍ଲାଜ୍‌ମା ଦିଆଯାଇଛି। ତାଙ୍କୁ ଏବେ ୯୦ ଘଣ୍ଟା ଅବଜରଭେସନରେ ରହିବେ ବୋଲି ବରିଷ୍ଠ ଡାକ୍ତରଙ୍କ ଠାରୁ ସୂଚନା ମିଳିଛି

ପ୍ଲାଜମା ଦାନ କରିବା ପାଇଁ ଯେଉଁମାନେ ଆଗ୍ରହ ପ୍ରକାଶ କରିଥିଲେ ସେମାନଙ୍କଠାରୁ ପ୍ଲାଜ୍‌ମା ସଂଗୃହୀତ କରାଯାଇଥିଲା। ପରେ  ଏହି ପ୍ଲାଜମାକୁ କରୋନା ରୋଗୀଙ୍କୁ ଦିଆଯାଇଛି। ଆହୁରି ଅନେକ ବ୍ୟକ୍ତି ମଧ୍ୟ ପ୍ଲାଜ୍‌ମା ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, ତେଣୁ ଆଗକୁ ଆହୁରି ମଧ୍ୟ ପ୍ଲାଜ୍‌ମା ସଂଗ୍ରହ ପ୍ରକ୍ରିୟା ବୃଦ୍ଧି ପାଇବ। ଜଣେ ବ୍ୟକ୍ତି ମେଡିକାଲରୁ ଡିସ୍‌ଚାର୍ଜ ହେବାର ୪ ସପ୍ତାହ ପରେ ପ୍ଲାଜ୍‌ମା ଦେଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି।

କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଶରୀର ବ୍ଲଡରୁ ପ୍ଲାଜମା ବାହାର କରାଯାଇ ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜମାକୁ ସେମାନଙ୍କ ଶରୀରରେ ଦିଆଯାଇଥାଏ । କୋଭିଡ ୧୯ ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହୋଇଥାଏ ।

କରୋନା ଯୁଦ୍ଧରେ ପ୍ଲାଜମା ଥେରାପୀ ସବୁଠାରୁ ଭରସାଯୋଗ୍ୟ ଚିକିତ୍ସା ପଦ୍ଧତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସଂକ୍ରମିତଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡ଼ି ପ୍ରସ୍ତୁତ ହେବା ପରେ ଶରୀରରେ କରୋନା ଭୁତାଣୁ ନିଷ୍କ୍ରିୟ ହୋଇଥାଏ । ଏଭଳି ସ୍ଥଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଜଣେ ସଂକ୍ରମିତଙ୍କୁ ନୂଆ ଜୀବନ ଦେଇଥାଏ ।

ସାର୍ସ-ସିଓଭି(SARS-COV), ଏଚ୧ଏନ୧ (H1N1) ଓ ମର୍ସ- ସିଏଭି (MERS-COV) ଭଳି ବିପଦଜନକ ଭୂତାଣୁ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ଏହି ଚିକିତ୍ସା ପଦ୍ଧତି ବ୍ୟବହାର ହୋଇଥାଏ । ଦେଶରେ ଦିଲ୍ଲୀ ଓ ମୁମ୍ବାଇରେ କରୋନା ସଂକ୍ରମିତଙ୍କୁ ପ୍ଲାଜମା ଥେରାପୀ ଦ୍ୱାରା ସୁସ୍ଥ କରାଯାଉଛି । ଏହା ଅନେକ ସୁଫଳ ଦେଇଥିବାରୁ ବର୍ତ୍ତମାନେ ସେଠାର ପ୍ଲାଜମା ବ୍ୟାଙ୍କ ମଧ୍ୟ ପ୍ରସ୍ତୁତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.