ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି, ସୁସ୍ଥ ହୋଇ ଫେରିଲେ କଟକର ୪୮ ବର୍ଷୀୟା ମହିଳା

 କଟକ: ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ପ୍ଲାଜମା ଥେରାପି ଦିଆଯାଇଥିବା ରାଜ୍ୟର ପ୍ରଥମ ମହିଳା ସୁସ୍ଥତା ଲାଭ କରି ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସୂଚନା ଦେବା ଉଚିତ ହେବକି, ୪୮ ବର୍ଷୀୟା ମହିଳା ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ କଟକ ଅଶ୍ୱିନୀ କୋଭିଡ଼ ହସପିଟାଲରେ ରହି ଚିକିତ୍ସିତ ହେଉଥିଲେ । ମହିଳାଙ୍କ ସମେତ ତାଙ୍କ ଚାରି ପୁଅ କରୋନାରେ ସଂକ୍ରମିତ ହୋଇଥିଲେ । ଦୁଇ ପୁଅ ଆଠଗଡ଼ କୋଭିଡ଼ କେୟାର ସେଣ୍ଟରରୁ ସୁସ୍ଥ ହୋଇ ଫେରିଥିଲେ । ହେଲେ ମା ଓ ବଡ଼ ପୁଅଙ୍କ ଦେହ ଅସୁସ୍ଥ ହେବାରୁ କଟକ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ମାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆସିୟୁରେ ଅକ୍ସିଜେନ ଥେରାପିରେ ରଖାଗଲା । ଗତ ୧୫ ତାରିଖରେ ପ୍ରଥମ ପ୍ଲାଜମା ଥେରାପି ମହିଳାଙ୍କ ଠାରେ ବ୍ୟବହାର କରାଯାଇଥିଲା । ପ୍ଲାଜମା ଥେରାପି ନେଇ ଏହା ହେଉଛି ରାଜ୍ୟର ପ୍ରଥମ ଘଟଣା । ୪୮ ଘଣ୍ଟା ପରେ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନେ କହିଛନ୍ତି । ତିନି ଦିନ ପରେ ଆଉ ଅକ୍ସିଜେନର କୌଣସି ଆବଶ୍ୟକତା ପଡିନଥିଲେ । ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.