କଟକ: ସ୍ମାର୍ଟ ଗାଁ କଲରାବାଙ୍କ ଠାରେ ଲଞ୍ଚ୍‌ ହେବାକୁ ଯାଉଛି ପ୍ରଥମ ପବ୍ଲିକ୍‌ ଡାଟା ଅଫିସ୍‌, ଗ୍ରାମୀଣ ଉଦ୍ୟୋଗୀମାନେ ହେବେ ଉପକୃତ

କଟକ(କେନ୍ୟୁଜ୍):ସ୍ମାର୍ଟ ଗାଁ କଟକ ଜିଲ୍ଲା କଲରାବାଙ୍କ ଠାରେ ଲଞ୍ଚ୍‌ ହେବାକୁ ଯାଉଛି ପ୍ରଥମ ପବ୍ଲିକ୍‌ ଡାଟା ଅଫିସ୍‌ । ଆସନ୍ତା ୧୪ ତାରିଖରେ SUSTAINABLE OUTREACH AND UNIVERSAL LEADERSHIP LIMITED (SOUL) ଏହି ପ୍ରଥମ ପବ୍ଲିକ୍‌ ଡାଟା ଅଫିସ୍‌ ଲଞ୍ଚ୍‌ କରିବାକୁ ଯାଉଛି । ଏହାଦ୍ୱାରା ଗାଁ ମାନଙ୍କରେ ଥିବା ଗ୍ରାମୀଣ ଉଦ୍ୟୋଗୀମାନେ ବହୁ ମାତ୍ରାରେ ଉପକୃତ ହେବେ । ଏବେ ବିବିଏନଏଲ୍‌ ଓ ବିଏସଏନଏଲ୍‌ ପକ୍ଷରୁ ପ୍ରତି ଗାଁରେ ଅପଟିକାଲ୍‌ ଫାଇବର ବିଛା ଯାଇଥିବାରୁ ଲୋକମାନଙ୍କୁ ଇଣ୍ଟରନେଟ୍‌ ସୁବିଧା ମିଳିବାରେ କୌଣସି ଅସୁବିଧା ହେବ ନାହିଁ । ଏହି ସେବା କିଛି ଦିନ ପାଇଁ ସଂପୂର୍ଣ୍ଣ ମାଗଣାରେ ମିଳିବ । SOUL ଓ DOTW ପକ୍ଷରୁ ପିଏମ୍‌ ଓ୍ଵାନି କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଲଞ୍ଜ୍‌ ହୋଇଛି । କୋଭିଡ୍‌ରେ ପ୍ରଭାବିତ ଅନେକ ଲୋକ ଏବେ ଘରୁ କାମ କରୁଛନ୍ତି । ସେହିପରି ପିଲାମାନେ ସ୍କୁଲ ବନ୍ଦ ଥିବାରୁ ଘରୁ ଅନଲାଇନ୍‌ରେ ପାଠ ପଢୁଛନ୍ତି ।

ଅନଲାଇନ୍‌ ମାଧ୍ୟମରେ ଲୋକ ଯେଭଳି ଆମାଜନ ଓ ଫ୍ଲିପକାର୍ଟରୁ ଜିନିଷ ମଗେଇ ପାରୁଛନ୍ତି ଠିକ୍‌ ସେହିଭଳି ଏହି ପିଡିଓ ମାଧ୍ୟମରେ ଲୋକେ ଛୋଟଛୋଟ ଉଦ୍ୟୋଗୀମାନଙ୍କ ଠାରୁ ଅନଲାଇନ୍‌ରେ ଜିନିଷ ମଗାଇପାରିବେ । ଯାହାଦ୍ୱାରା ଗାଁ ମାନଙ୍କରେ ମଧ୍ୟ ଛୋଟ ଛୋଟ ଉଦ୍ୟୋଗୀମାନେ ଉପକୃତ ହେବେ । ପ୍ରଥମ ପର୍ଯ୍ୟାୟରେ ଏହି ପିଡିଓ ବା ପବ୍ଲିକ୍‌ ଡାଟା ଅଫିସ୍‌ ପାଇଁ ୬ଟି ଓ୍ଵାଇଫାଇ ଆକ୍ସେସ ଦିଆଯାଇଛି । ଏଠାରେ ରହୁଥିବା ୩୦୦ ପରିବାର ଏହାର ସୁବିଧା ପାଇପାରିବେ । ଆଗରୁ ଇଣ୍ଟରନେଟ୍‌ ସୁବିଧା ନଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ସାରା ପଞ୍ଚାୟତରେ ଓ୍ଵାଇଫାଇ ସୁବିଧା ମିଳିପାରିବ ।

ପିଏମ୍‌ ଓ୍ଵାନି ସ୍କିମ୍‌ରେ ଏହି ସବିଧା ଉପଲବ୍ଧ ହେବ । ଭୁବନେଶ୍ୱର ବିଏସଏନଏଲ କାର୍ଯ୍ୟାଳୟଠାରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ସୋଲ୍‌ର ଚେୟାରପର୍ସନ୍‌ ପ୍ରଫେସର ସସ୍ମିତା ସାମନ୍ତ, ଡଟ୍‌ର ସିନିୟର ଡିଡିଜି ବି.କେ.ନାୟକ, ଟେଲିକମ୍‌ ଡିଡିଜି ପାଣ୍ଡେ ବିଜୟ ଭୂଷଣ ପ୍ରସାଦ, ସିକ୍ୟୁରିଟି ନିର୍ଦ୍ଦେଶକ ସି.ପି.ଯାଦବ, ଅଂଶୁଲ ଅଗ୍ରଓ୍ଵାଲ୍‌ ଏଡିଜି, ରୁରାଲ୍‌ ଟେଲିକମ୍‌, ଟେକ୍ନୋଲୋଜି ଡାଇରେକ୍ଟର ସୁବ୍ରତ କୁମାର ପୃଷ୍ଟି, ସୋଲ୍‌ର ଡାଇରେକ୍ଟର ଡ. ଅରୁଣ କୁମାର ରୟ, ସୋଲ୍‌ର ଡାଇରେକ୍ଟର ଡ. ଶ୍ରୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.