ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମୀକ୍ଷା ବୈଠକ, ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ନିଆଯିବ ନିଷ୍ପତ୍ତି

ପୁରୀ(କେନ୍ୟୁଜ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମୀକ୍ଷା ବୈଠକ। କୋଭିଡ୍‌ ସ୍ଥିତି ସାମାନ୍ୟ ହୋଇଥିବାରୁ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ। ରଥଯାତ୍ରାକୁ ସୁରୁଖୁରରେ କରିବା ପାଇଁ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ସହ ବୈଠକ ହେବ।

ଏଥିରେ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ୍‌ ଓ ଗମନାଗମନ ନେଇ ହେବ ଆଲୋଚନା। ରଥଯାତ୍ରା ନୀତି ଶୃଙ୍ଖଳିତ କରିବା ନେଇ ଆଲୋଚନା କରାଯିବ। ଏପଟେ ଚଳଚଞ୍ଚଳ ରଥଖଳା। ବଡଦାଣ୍ଡ ଶ୍ରୀନଅର ସମ୍ମୁଖ ରଥଖଳାରେ ରଥ ତୁମ୍ବ ନିର୍ମାଣ ଶୁଭ ପଡିଛି। ମୋଟ ୪୨ଟି ତୁମ୍ବ ନିର୍ମାଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.