କେନ୍ଦ୍ରାପଡାରେ ସମ୍ପନ୍ନ ହେଲା ପ୍ରଥମ ସମଲିଙ୍ଗୀ ବିବାହ, ସ୍ବଇଚ୍ଛାରେ ସାରା ଜୀବନ ପାଇଁ ସାଥୀ ହେଲେ ଦୁଇ ଯୁବତୀ

କେନ୍ଦ୍ରାପଡା(କେନ୍ୟୁଜ୍) : ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠରେ ଆଇପିସି ଧାରା ୩୭୭କୁ ନେଇ ରାୟ ପ୍ରକାଶ ପାଇବା ପରେ ଏକ ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି । ଶନିବାର ଦିନ ନୋଟାରୀ ଆଷୁତୋଷ ମହାନ୍ତିଙ୍କ ଇଜିଲାସରେ ସତ୍ୟପାଠ କରି ଦୁଇ ଯୁବତୀ ପରସ୍ପରକୁ ବିବାହ କରିଛନ୍ତି । ସ୍ବଇଚ୍ଛାରେ ଉଭୟ ସାରା ଜୀବନ ପାଇଁ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏନେଇ ସେମାନେ ଭବିଷ୍ୟତରେ କୌଣସି ଆଇନକାନୁନର ସାହାରା ନେବେ ନାହିଁ ବୋଲି ଶପଥ ନେଇଛନ୍ତି ।

ଦୁଇ ଜଣ ଯୁବତୀଙ୍କୁ ମଧ୍ୟରୁ ଜଣେ କେନ୍ଦ୍ରାପଡା ମହାକାଳପଡା ବ୍ଳକ୍ ତନ୍ତିଆପଲ୍ଲୀ ଗ୍ରାମର ୨୭ ବର୍ଷୀୟା ସାବିତ୍ରୀ ପରିଡା ଓ ଅନ୍ୟ ଜଣେ ପଟ୍ଟାମୁଣ୍ଡାଇ ଥାନା ଶ୍ରୀରାମପୁର ଗ୍ରାମର ୨୮ ବର୍ଷୀୟା ମୋନାଲିସା ନାୟକ ବୋଲି ଜଣାପଡିଛି । ତେବେ ଏମାନେ ଏକାଠି ପାଠ ପଢୁଥିବା ବେଳେ ପରେ କଟକର ଏକ ଘରୋଇ କମ୍ପାନୀରେ କାର‌୍ୟ୍ୟରତ ଅଛନ୍ତି । ଉଭୟ ଗୋଟିଏ ଘରେ ରହୁଥିବା ବେଳେ ପରସ୍ପରକୁ ଭଲପାଇ ବସିଥିଲେ ।

KENDRAPADA MARRIAGE-1