ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସି.ପି.ଆଇ ମାଓବାଦୀ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଛି। ପ୍ରଥମଥର ପାଇଁ ମାଓବାଦୀଙ୍କ ବଦଳରେ ମାଓ ହିଂସାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର କରୁକୋଣ୍ଡା ଗ୍ରାମରେ ସ୍ମୃତିସ୍ତମ୍ଭକୁ ଧଳା ରଙ୍ଗ କରାଯାଇଛି। ଏହାସହ ମାଓ ହିଂସାର ଶିକାର ହୋଇଥିବା ଲୋକଙ୍କ ନାମ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ଠାରୁ ମାତ୍ର ୧୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କରୁକୋଣ୍ଡା ଗ୍ରାମରେ ମାଓବାଦୀଙ୍କ ବିରୋଧରେ ଏଥିରେ ବିଭିନ୍ନ ସ୍ଲୋଗାନ ଉଲ୍ଲେଖ କରାଯାଇଛି।