ସମ୍ବଲପୁରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମହିଳା ଡାକଘର

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମହିଳା ଡାକଘର । କେବଳ ମହିଳାଙ୍କ ଦ୍ୱାରା ଏହି ପୋଷ୍ଟ ଅଫିସ ପରିଚାଳିତ ହେଉଛି । ସମ୍ବଲପୁର ଗୋଲବଜାରଠାରେ ଏହି ଡାକଘର ଖୋଲାଯାଇଛି । ଅନ୍ୟ ଡାକଘର ଭଳି ସମସ୍ତ ପ୍ରକାର ନେଣଦେଣ, କ୍ଷୁଦ୍ରଜମା, ପୋଷ୍ଟ ପେମେଣ୍ଟ ବ୍ୟାଙ୍କଠାରୁ ଆରମ୍ଭ କରି ଆଧାର କାମ ହୋଇ ପାରୁଛି । ଏହି ଡାକଘରକୁ ନେଇ ଉଭୟ କର୍ମଚାରୀ ଓ ସମ୍ବଲପୁର ବାସୀ ଖୁସିବ୍ୟକ୍ତ କରିଛନ୍ତି ।