ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ମାଛ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

ଯାଜପୁର (କେନ୍ୟୁଜ) : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ମାଛ ବୋଝେଇ ଟ୍ରକ । ଡ୍ରାଇଭର ଗୁରୁତର । ପାଣିକୋଇଲି ଥାନା ଗୋଳେଇପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳୁ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଏକ ମାଛ ବୋଝେଇ ଟ୍ରକ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୀର୍ଘ ବାଟ ଟ୍ରକଟି ଗଡିଲା ପରେ ୧୬ନଂ ଜତୀୟ ରାଜପଥ ନିକଟ ବ୍ରିଜ ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରକୁ ଟ୍ରକ ଭିତରୁ ଉଦ୍ଧାର କରିଥିଲେ । ପୋଲିସ ଗୁରୁତର ଡ୍ରାଇଭରକୁ ଚିକିତ୍ସା ପାଇଁ ଯାଜପୁର ଟାଉନ ପଠାଇଛନ୍ତି। ଘଟଣାର ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.