ରାସ୍ତା ଘାଟ ସବୁଠି ଡେଇଁଲେ ମାଛ, ଯିଏ ଯାହା ପାଇଲେ ବୋହି ନେଲେ…

କୁଚିଣ୍ଡା(କେ ନ୍ୟୁଜ):  ଯାଆଁଳ ମାଛ ବୋଝେଇ ଟ୍ରକରୁ ଖସିପଡିଲା ମାଛ । ପଲିଥିନ୍‌ ଆଣି ବୋହିନେଲେ ଲୋକେ । ଏପିରିକି କିଏ କିଏ ତ ହାତରେ ଧରି ମାଛ ନେଇଗଲେ । ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ, କଲିକତା ମେଦିନିପୁରରୁ ସମ୍ବଲପୁର ଅଭିମୁଖେ ଏକ ମାଗୁର ମାଛ ବୋଝେଇ ଟ୍ରକ ଯାଉଥିଲା ।

ହଠାତ୍‌ କୌଣସି କାରଣରୁ ଜମନକିରା ବ୍ଲକ ଛକରେ ଏହି ଯାଆଁଳା ବୋଝେଇ ଟ୍ରକରୁ ମାଛ ଖସି ପଡିଥିଲା । ପାଖାପାଖି ୧୦ କେଜି ମାଛ ଟ୍ରକରୁ ଖସିପଡିଥିଲା । ତେବେ ଟ୍ରକରୁ ମାଛ ଖସିବା ଦେଖି ସ୍ଥାନୀୟ ଲୋକେ ବୋହି ଚାଲିଲେ । କିଏ ପଲିଥିନ୍‌ ତ ଆଉ କିଏ ନିଜ ନିଜ ହାତରେ ନେଇ ଚାଲିଲେ । ପଲିଥିନ, ମଗ , ବାଲ୍ଟି ଯିଏ ଯାହା ପାଇଲା ବୋହିନେଲା । ମାଛ ଲୋଭରେ ସଂକ୍ରାନ୍ତିକୁ ବି ଭୁଲି ଗଲେ ଲୋକେ | ରାସ୍ତା ଘାଟ ସବୁ ମାଛ ମୟ ହୋଇଯାଇଥିବା ବେଳେ ରାସ୍ତା ଉପରେ ଯେମିତି ଫକ ଫକ କିନା ଡେଇଁବାକୁ ଲାଗିଲେ । ଯିଏ ଯାହା ପାଇଲା , ସେଥିରେ ଗୋଟେଇ ନେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.