ମାଛ ପ୍ରେମୀଙ୍କୁ ଘାରିଛି ଫାର୍ମାଲିନ୍ ଚିନ୍ତା : ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଚଢଉ

ଭୁବନେଶ୍ବର : ମାଛକୁ ତାଜା ରଖିବା ପାଇଁ ଘାତକ ରାସାୟନିକ ଫର୍ମାଲିନ ଦିଆଯାଉଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ମାଛ ମାର୍କେଟରେ ଚଢଉ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟାସ୍କ ଫୋର୍ସ ଗଠନ କରି ମାଛର ଟେଷ୍ଟିଂ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ମାଛରେ ଫର୍ମାଲିନ୍ ମାତ୍ରା ଅଛି କି ନାହିଁ, ତାହା ଜାଣିବେ କେମିତି ? ସେଥିପାଇଁ ଏକ ସ୍ୱତନ୍ତ୍ର କିଟ୍ ପ୍ରସ୍ତୁତ ହୋଇଛି । ଏହି କିଟ୍ ଖୁବ ଶୀଘ୍ର ବଜାରକୁ ଆସିବ । ଏହାକୁ ବ୍ୟବହାର କରି କେଉଁ ମାଛରେ ଫର୍ମାଲିନ୍ ମିଶିଛି ତାହା ଆପଣ ସହଜରେ ଜାଣି ପାରିବେ।

ସେପଟେ କଟକ ମାଛ ମାର୍କେଟରେ ଚଢାଉ ହୋଇଛି। ପ୍ରେସ୍ ଛକ ମାର୍କେଟରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ବିଭିନ୍ନ ସ୍ଥାନରୁ ମାଛ ନମୁନା ସଂଗ୍ରହ ହେଉଛି। ଏହି ସବୁ ନମୁନାକୁ ପରୀକ୍ଷା କରାଯିବ । ପୂର୍ବରୁ ୮ଟି ନମୁନା ସଂଗ୍ରହ ହୋଇଥିବା ବେଳେ ଆଜି ପୁଣି ଥରେ ଚଢାଉ କରାଯାଉଛି ।

ବ୍ରହ୍ମପୁରର ବିଭିନ୍ନ ମାଛ ମାର୍କେଟ ଉପରେ ମଧ୍ୟ ଚଢାଉ କରାଯାଉଛି। ଗତକାଲି ବିଭିନ୍ନ ଗୋଦାମରୁ ୬ଟି ଭେରାଇଟି ମାଛର ନମୁନା ସଂଗ୍ରହ କରାଯାଇଥିବାବେଳେ ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.