ମଣଦା : ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଚାଷୀଙ୍କୁ ମାଛ ଜାଆଁଳ ଯୋଗାଣ

ରାଇରଂଗପୁର(କେନ୍ୟୁଜ୍‌) : ମଣଦା ବନାଞ୍ଚଳରେ କାର୍ଯ୍ୟ କରୁଥିବା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ଦୁଇଟି ଜନସୁରକ୍ଷା ସମିତିର ୧୩ ଜଣ ଚାଷୀଙ୍କୁ ୩ କି.ଗ୍ରା ଲେଖାଏଁ ୩୯ କି.ଗ୍ରା ମାଛ ଜାଆଁଳ ପ୍ରଦାନ କରାଯାଇଛି । ଜୀବନ ଜୀବିକାର ଉନ୍ନତି ନିମିତ୍ତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି ।

ଜଙ୍ଗଲ ଉପରୁ ଚାପ କମାଇବା ପାଇଁ ଏହି ବିକଳ୍ପ କାର୍ଯ୍ୟକ୍ରମ ବୋଲି ସଂଯୋଜକ ବିଜୟ କେତନ ବିଶ୍ୱାଳ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଇରଂଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା, ବନାଞ୍ଚଳ ଅଧିକାରୀ ଧରିତ୍ରୀ ମୁର୍ମୁ, ଅଭିଷେକ ପରୀକ୍ଷା, କୁମୁଦେନ୍ଦୁ ମହାନ୍ତ, ସୁନିଲ ମାଝୀ, ଭାଗ୍ୟବାନ ପାତ୍ର, ଅଜିତ ଗିରି, ସ୍ୱର୍ଣ୍ଣଲତା ରଥ, ରବିନ୍ଦ୍ର ଗିରି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.