ମାଛଧରା ହେଲା କାଳ, ସମୁଦ୍ରରେ ବୁଡି ଜଣେ ଧୀବର ମୃତ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଜଣେ ଧୀବରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, କରଞ୍ଜମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଗ୍ରାମର ଲକ୍ଷ୍ମୀଧର ଦାସ(୫୨) ଏବଂ ପ୍ରଶାନ୍ତ ଦାସ(୩୮) ଦୁଇ ଜଣ ନିକଟସ୍ଥ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ ।

ନିକଟସ୍ଥ ବଙ୍ଗୋପସାଗର କୂଳ ଠାରୁ କିଛି ଦୂରରେ ବେଢ ଜାଲ ମାରିଥିଲେ । ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚା ଢେଉ ଆସିଥିଲା। ଫଳରେ ଲକ୍ଷ୍ମୀଧିର ଦାସ ସମୁଦ୍ରରେ ଭାସିଯାଇ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତ ଆହାତ ହୋଇ ଚିକିତ୍ସିତ ହୋଇଛନ୍ତି । ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.