ରାଜ୍ୟ

ମା ଧାମରାଙ୍କୁ ପୂଜା କରନ୍ତି ବିଧବା କୈବର୍ତ୍ତ ମହିଳା, ମନସ୍କାମନା ପାଇଁ ଅର୍ପଣ କରନ୍ତି ମାଟି ଘୋଡ଼ା

ଭଦ୍ରକ: ଶୀତୁଆ ରାତିକୁ ଥଣ୍ଡା ପବନ । ଏହାରି ଭିତରେ ଜମୁଛି ଭଦ୍ରକ ଜିଲ୍ଲା ଧାମରାର ପ୍ରସିଦ୍ଧ ମକର ମେଳା ପର୍ବ । ରଙ୍ଗିନ ଆଲୋକ ମାଳାରେ ସଜେଇ ହୋଇଛି ବନ୍ଦର ନଗରୀ ସହର ଧାମରା । ମା ଧାମରାଈଙ୍କ ଦର୍ଶନ କରିବା ସହ ମେଳା ବୁଲି ମକର ପର୍ବକୁ ଉପଭୋଗ କରୁଥାନ୍ତି ହଜାର ହଜାର ଦର୍ଶକ । କିନ୍ତୁ ଏହାରି ଭିତରେ ମା ଧାମରାଈଙ୍କ ପୀଠରେ ରହିଛି ଅନେକ ବିଶେଷତ୍ୱ । ମାଙ୍କ ପୀଠରେ ମାଙ୍କୁ ପୂଜା କରନ୍ତି ବିଧବା ମହିଳା । ସେମାନେ ଅତି ନିଷ୍ଠାର ସହ ମାଙ୍କ ଅଙ୍ଗ ପୂଜା କରିଥାନ୍ତି । ଆଉ ଭକ୍ତଙ୍କର ବିଶ୍ବାସ ମାଙ୍କୁ ମାଟି ଘୋଡା ଅର୍ପଣ କଲେ ପୂରଣ ହୋଇଥାଏ ଭକ୍ତର ମନସ୍କାମନା। କୁହାଯାଏ ମା ଧାମରାଈ ପୂଜା ପାଇବା ଦିନ ଠାରୁ ମାଙ୍କ ନିର୍ଦ୍ଦେଶରେ ଏଠାରେ କୈର୍ବତ ଜାତିର ବିଧବା ମହିଳା ମାଙ୍କ ପୂଜା କରିଆସୁଛନ୍ତି । ଭକ୍ତଙ୍କର ମଧୟ ଅଗାଢ ବିଶ୍ବାସ ମା ଧାମରାଈଙ୍କ ଉପରେ ତେଣୁ ପ୍ରତ୍ୟେକ ଦିନ ମାଙ୍କ ପୀଠରେ ଭକ୍ତଙ୍କର ଭିଡ ଜମିଥାଏ ।

ଲୋକଙ୍କ ବେଶ୍‌ ମନ ମୋହୁଛି ଏହି ମେଳା । କାହିଁ କେତେ ଦୂରରୁ ତଥା ରାଜ୍ୟ ବାହାରୁ ଧାଇଁ ଆସୁଛନ୍ତି ଲୋକେ । ତେବେ ଏହି ମେଳା ପବିତ୍ର ମକର ସଂକ୍ରାନ୍ତିଠାରୁ ଏହି ମକର ମେଳା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୫ ତାରିଖ ସମାପ୍ତ ହେବ । ଦୀର୍ଘ ଏଗାର ଦିନ ଚାଲିବ ଏହି ମେଳା । ମାଙ୍କ ପୀଠକୁ ଆସୁଥୁବା ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ କରିବା ପରେ ମୀନା ବଜାର ବୁଲୁଛନ୍ତି । ଏହି ମେଳାରେ ସମସ୍ତ ପ୍ରକାରର ଘର କରଣା ସାମଗ୍ରୀ ଠାରୁ ଆରମ୍ଭ କରି ଦାମୀ ଦାମୀ ଖଟ, ପଲଙ୍ଗ ସମେତ ଛାଞ୍ଚୁଣିଟାରୁ ଆରମ୍ଭ କରି ସ୍ୱର୍ଣ୍ଣାଳଙ୍କାର ସବୁ କିଛି ମିଳିଥାଏ ଏହି ମେଳାରେ । ମେଳାକୁ ଆସୁଥୁବା ଦର୍ଶକ ମାନେ ଦୋଳି, ଚରିକିର ମଜା ଉଠାଉଥିବା ବେଳେ ଚଟପଟା ଖାଦ୍ୟର ମଧ୍ୟ ମଜା ଉଠାଉଥିବାର ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ଭିଡକୁ ଅଖି ଆଗରେ ରଖି ମା ଧାମରାଈ ପୂଜା କମିଟି ଓ ସ୍ଥାନୀୟ ପୋଲିସ ଭକ୍ତଙ୍କ ଶୃଖଂଳିତ ଦର୍ଶନ ସହ ପୂଜାରେ ଯେପରି କିଛି ବାଧା ବିଘ୍ନ ସୃଷ୍ଟି ନ ହୁଏ ସେଥିଲାଗି ସବୁ ପ୍ରକାରର ବ୍ୟବସ୍ଥା କରିଥିବା ପୂଜା କମିଟି ସଭାପତି କହିଛନ୍ତି ।

KNews Bureau

Recent Posts

ମଧ୍ୟପ୍ରଦେଶ : ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଟ୍ରାକ୍ଟର ଓଲଟିଲା, ୫ ମୃତ, ୧୫ ଗୁରୁତର

ମଧ୍ୟପ୍ରଦେଶର ଦାତିୟା ଜିଲ୍ଲାରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ…

13 mins ago

ଆଜି ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୬ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର…

1 hour ago

କୁଏତରୁ ଭାରତକୁ ଆସୁଛି ୪୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ

ନୂଆଦିଲ୍ଲୀ ; କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୪୫ ଭାରତୀୟଙ୍କ ମୃତଦେହ ଭାରତକୁ ଅଣାଯାଉଛି  ।  ଏଥିରେ ଦୁଇଜଣ ଓଡ଼ିଆ…

1 hour ago

ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ

ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ…

2 hours ago

ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର…

2 hours ago

ଦୋକାନ ଭିତରେ ମାଡିଗଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଆସିକା (କେନ୍ୟୁଜ): ଦୋକାନ ଭିତରେ ମାଡିଗଲା ଟ୍ରକ ।  ଜଣେ ମୃତ, ୨ ଗୁରୁତର ।  ଗୁରୁତରଙ୍କୁ ଆସିକା ଉପଖଣ୍ଡ…

2 hours ago