ଅନଲାଇନ ଗେମ ଖେଳି ମାଛ ବ୍ୟବସାୟୀଙ୍କ ପୁଅ ହେଲେ କୋଟିପତି, ଛୁଟୁଛି ଶୁଭେଚ୍ଛାର ସୁଅ

ଅନଲାଇନ୍ ଗେମ୍ ଖେଳି ମାଲେମାଲ ହେଲେ ପୁଣି ଜଣେ ଓଡ଼ିଆ ପୁଅ । କ୍ଷଣିକରେ ବଦଳିଗଲା ମାଛ ବ୍ୟବସାୟୀଙ୍କ ପୁଅର ଭାଗ୍ୟ । ରାତାରାତି ହେଲେ କୋଟିପତି । ଅନଲାଇନ୍ ଗେମ ଖେଳି ଜିତିଛନ୍ତି ୩ କୋଟି ଟଙ୍କା ସହ ଏକ ଥାର୍ । ପୂର୍ବରୁ ବି ଓଡ଼ିଶାର ଜଣେ ଦିନ ମଜୁରିଆ ଅନଲାଇନ୍ ଗେମ ଖେଳି ୩ କୋଟି ଟଙ୍କା ସହ ଥାର୍ ଗାଡ଼ି ଜିତିଥିବା ନେଇ ଆମେ ଖବର ପ୍ରସାରଣ କରିଥିଲୁ । ସମାନ ଭାବେ ଯାଯପୁର ଜିଲ୍ଲା ଧର୍ମଶାଲା ଅଞ୍ଚଳର ଜଣେ ଯୁବକ ପୁଣି ଏଭଳି ଭାବେ ଟଙ୍କା ଜିତିଛନ୍ତି ।

ଏଭଳି ଭାଗ୍ୟବାନ ବିଜେତା ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡ଼ କାଏମା ପଞ୍ଚାୟତ ଅରଖପଦା ଗାଁର କୁଳମଣି ତରାଇଙ୍କ ପୁଅ ଅନିଲ ତରାଇ । ଖବର ପ୍ରଚାରିତ ହେବା ପରେ ପରିବାର, ସାଙ୍ଗ ସାଥି ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ୪୯ ଟଙ୍କା ଲଗାଇ ୩ କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି । ଗୁରୁବାର ରାତିରେ ଗେମ୍ ଖେଳି ଶୋଇ ପଡ଼ିଥିବା ବେଳେ ହଠାତ ନିଦରୁ ଉଠି ଦେଖନ୍ତି ତ ୱାଲେଟକୁ ୩ କୋଟି ଟଙ୍କା ଆସିଛି । ଏହାସହ ସେ ଏକ ଥାର୍ ଗାଡ଼ି ମଧ୍ୟ ଜିତିଥିବା ଦେଖିବାକୁ ପାଇଥିଲେ । ଯାହା ପରେ ତାଙ୍କ ଆଖିକୁ ବିଶ୍ବାସ ହେଲାନାହିଁ । କିନ୍ତୁ କମ୍ପାନୀରୁ କଲ୍ ଆସିବା ପରେ ଏତେ ଟଙ୍କା ଜିତିଥିବା ନେଇ ବିଶ୍ବାସ କରିଥିଲେ ।

ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । କେତେବେଳେ କାହା ଭାଗ୍ୟ ବଦଳିଯିବ କେହି କହିପାରିବେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନିଲ ତରାଇଙ୍କ କ୍ଷେତ୍ରରେ। ଅନିଲ ଅନଲାଇନ୍ ଗେମ୍ ଖେଳି କୋଟିପତି ହୋଇପାରିଛନ୍ତି । କିଛି ଦିନ ତଳେ କେନ୍ଦୁଝରର ଜଣେ ଯୁବକ ଅନ୍‌ଲାଇନ୍ ଗେମ୍‌ ଖେଳି କୋଟିପତି ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ମଧ୍ୟ ଆଉ ଜଣେ ଯୁବକ ଭାଗ୍ୟବାନ ବିଜେତା ହୋଇପାରିଛନ୍ତି । ଅନିଲ ମଧ୍ୟ ଅନଲାଇନ୍ ଗେମ୍ ଖେଳି କୋଟିପତି ହୋଇପାରିଛନ୍ତି । ଅନିଲଙ୍କ ବାପା କୁଳମଣି ତରାଇ ଜଣେ ମାଛ ବ୍ୟବସାୟୀ । ତେବେ ଅନିଲଙ୍କର ଚାଷ କରିବା ସହ ଫିଟ୍‌ନେସ ପ୍ରତି ଆଗ୍ରହ ରହିଛି । ମାତ୍ର ୩-୪ ଦିନ ତଳେ ସେ ଏହି ଗେମ୍ ଖେଳିବା ଆରମ୍ଭ କରିଥିଲେ । ଏବେ କୋଟିପତି ହୋଇ ଲୋକଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛନ୍ତି ।

ସାଧାରଣତଃ ବଡ଼ଲୋକ ହେବାର ସ୍ୱପ୍ନ ସମସ୍ତଙ୍କୁ ଆସିଥାଏ  । ଆଉ ଏମିତି ଅନଲାଇନ୍ ଗେମରୁ ଟଙ୍କା ଜିତି ଭାଗ୍ୟ ବଦଳିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା ।

Also Read: ଅନଲାଇନ୍ ଗେମ ଖେଳି ଟଙ୍କା ହାରିଲେ, ଅକାଳରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ