ଉଗାଣ୍ଡାର ଏଣ୍ଟେବେ ଠାରେ ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ଚାମ୍ପିଅନସିପ୍, ଯୋଗ ଦେବେ ଭାରତର ପ୍ରଥମ ଆଦିବାସୀ ଝିଅ

ଭୁବନେଶ୍ୱର : ଭାରତୀୟ ବିଶ୍ୱବିଦ୍ୟାଳୟ ଚେସ୍ ମହିଳା ଦଳ ଜୁନ୍ ୨୫ରୁ ୩୦ ପର୍ଯ୍ୟନ୍ତ ଉଗାଣ୍ଡାର ଏଣ୍ଟେବେ ଠାରେ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ଚାମ୍ପିଅନସିପ୍ ୨୦୨୪ରେ ଅଂଶଗ୍ରହଣ କରିବ । ପୁଣେସ୍ଥିତ ଭାରତୀ ବିଦ୍ୟାପୀଠର ୪ ଜଣ ଖେଳାଳି ଆକାଂକ୍ଷା ହାଗାୱାନେ ଓ ମୋକ୍ଷଦା ମହାଜନ; ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଇନା ସଲୋନିକା ଓ କିସ୍ ବିଶ୍ୱବିଦ୍ୟାଳୟର ଜୁନୁ ବିରୁଆ ଭାରତୀୟ ବିଶ୍ୱବିଦ୍ୟାଳୟ ଚେସ୍ ମହିଳା ଦଳରେ ମନୋନୀତ ହୋଇଛନ୍ତି ।
ଜୁନୁ ବିରୁଆ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ଝିଅ ଯିଏ କି ବିଶ୍ୱ ଚାମ୍ପିଅନସିପ୍ ପାଇଁ ବିଶ୍ୱବିଦ୍ୟାଳୟ ଦଳରେ ସ୍ଥାନ ପାଇଛନ୍ତି । ଏହା ସମ୍ଭବ ହୋଇପାରିଛି କିଟ ଓ କିସର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କ ସାହାଯ୍ୟ ଓ ସହଯୋଗ ଲାଗି । ସେହିଭଳି ଅନ୍ତର୍ଜାତୀୟ ମାଷ୍ଟର ତଥା ବରିଷ୍ଠ ଫିଡେ ଟ୍ରେନର ଶେଖର ଚନ୍ଦ୍ର ସାହୁ ପ୍ରଶିକ୍ଷକ ଏବଂ କିଟ୍ ର ଲକି ରାଣୀ ପାତ୍ର ଦଳର ପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ। ଜୁନୁ ବିରୁଆ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ଝିଅ ଯିଏ କି ବିଶ୍ୱ ଚାମ୍ପିଅନସିପ୍ ପାଇଁ ବିଶ୍ୱବିଦ୍ୟାଳୟ ଦଳରେ ସ୍ଥାନ ପାଇଛନ୍ତି । ଏହା ସମ୍ଭବ ହୋଇପାରିଛି କିଟ ଓ କିସ ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କ ପାଇଁ ।