କାର୍‌ରେ ଚୋରା ଚାଲାଣ ବେଳେ ୧୩ଲକ୍ଷ ଟଙ୍କାର ଅଫିମ ଜବତ, ୫ ଅଭିଯୁକ୍ତ ଗିରଫ

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଚୋରା ଅଫିମ ନେଇ ଆସୁଥିବା ଏକ କାରକୁ କାଳିଆଡୁମା ଗ୍ରାମ ନିକଟରୁ ଧରିବା ସହ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁର ଜନ ହାସା,ଝାରଖଣ୍ଡର ଜାଗାଇ ସାଲୁକାଟ,ସାନି ମୁଣ୍ଡା,ଅଟୱା ମୁଣ୍ଡା ଏବଂ ଟୁରି ମୁଣ୍ଡା ଏମାନଙ୍କ ଠାରୁ ୯କିଲୋ ୯୪୦ଗ୍ରାମର ଅଫିମ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ହରିଚନ୍ଦନପୁର ଥାନା କେଶ ନମ୍ବର ୧୪୩/୦୭.୨୨ ଦଫା (୧୮ବି) ଏନଡିପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.