ରାଜ୍ୟ

ରାଜଧାନୀରେ ଡକାୟତି ଉଦ୍ୟମ କରୁଥିବା ୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ପୋଲିସ୍ : ଅନେକ ମାରଣାସ୍ତ୍ର ସହିତ ମୋବାଇଲ ଓ ଟଙ୍କା ଜବତ

ଭୁବନେଶ୍ବର: ସମଗ୍ର ରାଜଧାନୀ ପୋଲିସ ନଜରରେ। ଏଭଳି ସ୍ଥିତିରେ ରାଜଧାନୀର ଜଟଣୀ-ସୁନ୍ଦରପଦା ରାସ୍ତାର ପଞ୍ଚୁପଲ୍ଲୀ ନିକଟ ଏକ ଅନ୍ଧାରିଆ ପରିତ୍ୟକ୍ତ ଚାଳ ଘରେ ବସି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିଛି ପୋଲିସ୍। ଦୀର୍ଘ ଦିନ ହେବ ଏମାନଙ୍କୁ ପିଛା କରୁଥିଲା କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌।

ଏୟାରଫିଲ୍ଡ ଥାନା ପୋଲିସ ସହାୟତାରେ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ୩ଟି ଖଣ୍ଡା, ଗୋଟିଏ ଲୁହା ଛଡ଼, ୪ଟି ମୋବାଇଲ ଫୋନ୍‌, ୭ହଜାର ୫ଶହ ନଗଦ ଟଙ୍କା ସହ ଲଙ୍କାଗୁଣ୍ଡ ଓ ଅନ୍ୟାନ୍ୟ ଡକାୟତି ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଛି। ତେବେ ଫାଙ୍କା ଗୁଳିଚାଳନା କରି ମୁଖ୍ୟ ଅଭିଯୁକ୍ତ ଫେରାର ହେବାକୁ ସକ୍ଷମ ହୋଇଛି।ତେବେ ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ଗିରଫ ୫ ଜଣଙ୍କ ସହ ଫେରାର ଅଭିଯୁକ୍ତ ନାମରେ ଏୟାରଫିଲ୍ଡ ଓ ତମ‌ାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏହି ଅପରାଧ ତାଲିକାରେ ଦାଦାବଟି ଆଦାୟ ସହ ଭଡ଼ାଟିଆ ଗୁଣ୍ଡା, ହତ୍ୟା ଉଦ୍ୟମ, ଡକାୟତି, ଅପହରଣ ପ୍ରଭୃତି ରହିଛି। ସମସ୍ତ ଅଭିଯୁକ୍ତ ପଞ୍ଚୁପଲ୍ଲୀ ଗ୍ରାମର ବୋଲି ଜଣାପଡିଛି। ସେମାନେ ହେଉଛନ୍ତି, ଅନିଲ ପ୍ରଧାନ ଓରଫ ବାବୁ, କାଶୀନାଥ ସାମନ୍ତରାୟ ଓ ପ୍ରେମାନନ୍ଦ ଭାରିମଲ୍ଲ ଓରଫ ତମ୍ପ, ଅମିର ଜୟସିଂହ ଓ ସୁକାନ୍ତ ଭାରିମଲ୍ଲ, ।

Sonalisa

Recent Posts

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

8 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

20 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

23 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

24 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

47 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago