୫ ଦିନ ଘଡ଼ଘଡ଼ି ବର୍ଷା, ୨୦ ତାରିଖ ଯାଏ କାଳବୈଶାଖୀ ପାଇଁ ପୁରା ରାଜ୍ୟକୁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ୫ ଦିନ ଘଡ଼ଘଡି ବର୍ଷା  ।  ୨୦ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ।  ୫ ଦିନ ପୁରା ରାଜ୍ୟକୁ କାଳବୈଶାଖୀ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି ବିଜୁଳି ଘଡଘଡ଼ି ସହ ଝଡ ବର୍ଷା ପାଇଁ୨୦ ଜିଲ୍ଲାକୁ ଅରେଞ୍ଜ ଏବଂ ବାକି ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି ।  ଏହି ସମୟରେ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।  କାଲିଠାରୁ ୨୦ ତାରିଖ ଯାଏ ୪ ଦିନ କାଳବୈଶାଖୀ ପାଇଁ ପୁରା ରାଜ୍ୟକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବା ବେଳେ ଆଜି ଆଉ କିଛି ଅଂଶ ଛୁଇଁଛି ।  ଆଗାମୀ ୪ ରୁ ୫ ଦିନ ମଧ୍ୟରେ ସାରା ଓଡିଶା ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ ।  ଆଗାମୀ ୪-୫ ଦିନରେ ମୌସୁମୀ  ତେଲେଙ୍ଗାନା, ଓଡ଼ିଶାର ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡ, ବିହାର ଏବଂ  ଛତିଶଗଡ଼ର କିକିଛି ଅଂଶକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ।  ମୌସୁମୀ ଆଗମନରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨୪ ଘଂଟାରେ  ସାରା ଓଡ଼ିଶାରେ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ ।

କଳାହାଣ୍ଡି ନବରଙ୍ଗପୁର , ନୂଆପଡା, ବଲାଙ୍ଗୀର ସୋନପୁର ସମ୍ବଲପୁର ବରଗଡ଼ ଝାରସୁଗୁଡା ଦେଓଗଡ ଓ ସୁନ୍ଦରଗଡ ଏହି ୧୦  ଜିଲ୍ଲାରେ ବଜ୍ରପାତ ସହ ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିବା ସମ୍ଭାବନାକୁ ନେଇ  ୟେଲୋ ବର୍ଣ୍ଣିଙ୍ଗ ଜାରି କରି ଚି ବିଭାଗ। ଅବଶିଷ୍ଟ ୨୦ ଜିଲ୍ଲାରେ ବଜ୍ରପାତ ସହ ୫୦ରୁ ୬୦ କିମି ବେଗରେ ଝଟକା ପବନ  ବର୍ଷା ସମ୍ଭାବନା କୁ ନେନେଇ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାନିୟମ ବି ବିଭାଗ ।  ଅନ୍ୟଅଟେ ୫ ଦିନ ଧରି ଉପକୂଳ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଓ ଗରମ ଅନୁଭୂତ ହେବାକୁ ଥିବା ବେଳେ ଆଜି ଉପକୂଳର ୧୪ ଜିଲ୍ଲାକୁ ଉଷ୍ମ ଓ ଆଦର  ସ୍ଥିତି ପାଇଁ ୟେଲୋ ସହ ଝାରସୁଗୁଡା ଓ ସମ୍ବଲପୁର ରେ ହିତୱେଭ  ପାଇଁ ମଧ୍ୟ ୟେଲୋ ବର୍ଣ୍ଣିଙ୍ଗ ଜାରି।

ସେହିପରି ଆସନ୍ତାକାଲି ୩୦ ଜିଲ୍ଲାକୁ ବିଜୁଳି ଘଡଘଡି ସହ  ବର୍ଷା ଓ ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିବା ସମ୍ଭାବନା ଦେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୨୦ ତାରିଖ ଯାଏ ତାତି  ଓ ଗୁଳୁଗୁଳୁ ରୁ ତ୍ରାହି ନଥିବା ବେଳେ ବର୍ଷାକୁ ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ।୨୦ ଜୁନ୍ ପରେ ରାଜ୍ୟରେ କୌଣସି ଚେତାବନୀ ନାହିଁ।ଆଜି ଉପକୂଳ ସମେତ  ଆଭ୍ୟନ୍ତରୀଣ ଓଡିଶାର ୧୩ ଜିଲ୍ଲାକୁ ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିବା ସମ୍ଭାବନାକୁ ନେଇ ୩ ଘଣ୍ଟା ପାଇଁ ଚେତାବନୀ ଦେଇଛି ବିଭାଗ ।