କରୋନା ସହ ଲଢ଼େଇ: ଆଜିଠୁ ନକ୍‌ ଡାଉନ ପାଇଁ ଲକ୍‌ ଡାଉନ, ୫ ଜିଲ୍ଲା ୮ ସହରରେ ତାଲା ବନ୍ଦ

ଭୁବନେଶ୍ବର: କରୋନା ସହ ଲଢ଼େଇ । ନକ୍‌ ଡାଉନ ପାଇଁ ଲକ୍‌ ଡାଉନ । ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ଯାଏ ୫ ଜିଲ୍ଲା ସହ ୮ ସହରକୁ ସଂପୂର୍ଣ୍ଣ ଲକ ଡାଉନ କରାଯାଇଛି। ଏହି ପାଞ୍ଚ ଜିଲ୍ଲା ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଏହି ଜିଲ୍ଲାର ସବୁ ସହର ଓ ସବୁ ଗାଁରେ ଲକ୍‌ ଡାଉନ୍‌ ଘୋଷଣା ହୋଇଛି। ସେହିପରି ୮ଟି ସହରରେ ମଧ୍ୟ ଲକ୍‌ଡାଉନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌ ଓ ଯାଜପୁର ଟାଉନରେ ବି ଲକ୍‌ ଡାଉନ୍‌ ହୋଇଛି । ଏପିଡେମିକ୍‌ ଡିଜିସେସ୍‌ ଆକ୍ଟ ଅନୁସାରେ ଏହି ଲକ୍‌ ଡାଉନ କରାଯାଇଛି । ଗତ କିଛି ମାସ ଭିତରେ ବିଦେଶରୁ ୩ ହଜାରରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କ ଭିତରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ଲକ୍‌ ଡାଉନ୍‌ କରାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ସେବାକୁ ବାଦ୍‌ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.