ସିମନ ମାଝୀ ହତ୍ୟା ଘଟଣାର ପର୍ଦ୍ଦାଫାସ: ପୂର୍ବ ଶତ୍ରୁତା ପାଇଁ ଭୋଜିକୁ ଡାକି ନେଇ ମାରିଥିଲେ ୫ ସାଙ୍ଗ

ଗଜପତି ଜ଼ିଲ୍ଲା ଅଡବା ଥାନା ଜାଡିଙ୍ଗି ଗ୍ରାମର ସିମନ ମାଝୀଙ୍କ ହତ୍ୟା ଘଟଣା ଉପରୁ ପରଦା ଉଠିଛି । ପୂର୍ବ ଶତ୍ରୁତାରୁ ସିମନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣାରେ ପୋଲିସ ୫ ସାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ଥାନା ଜାଡିଙ୍ଗି ଗ୍ରାମର ସିମନ ମାଝୀଙ୍କ ହତ୍ୟା ଘଟଣା ଉପରୁ ପରଦା ଉଠିଛି। ପୂର୍ବ ଶତ୍ରୁତାରୁ ସିମନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ପୋଲିସ କରଡ଼ାବାଡ଼ି ଗ୍ରାମର ଜିରିମିୟ ମାଝୀ, ନୁର୍ ମାଝୀ, ଜିହଦ୍ ମାଝୀ, ମହେଶ୍ୱର ମାଝୀଙ୍କ ସମେତ ସହଯୋଗୀ ଜାଡିଙ୍ଗି ଗ୍ରାମର ଅରୁଣ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଯୋଗ୍ୟ ଯେ ଗତ ଶନିବାର ସିମନ ନିଜ ଗ୍ରାମ ଜାଡିଙ୍ଗିର ଅରୁଣ ମାଝୀଙ୍କ ସହ ଖାରୀଗୁଡା ଗ୍ରାମକୁ ଏକ ସୁଦ୍ଧ ଭୋଜିରେ ଯୋଗ ଦେବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଏନେଇ ଗ୍ରାମବାସୀ ଅରୁଣଙ୍କୁ ପଚରାଉଚରା କରିବା ସହ ପୋଲିସର ସହାୟତା ନେଇଥିଲେ ।  ତେଵେ ଅରୁଣକୁ ନେଇ ପୋଲିସ ପଚରା ଉଚରା କରିବା ସହ ସାପସିଲ ନିକଟ ହରଭଙ୍ଗୀ ଡ୍ୟାମ କଡ଼ରୁ ଗୁରୁବାର ସିମନଙ୍କ ମୃତଦେହ ଉଦ୍ଧାର କରିଥିଲା । ଏନେଇ ଅରୁଣ କୁ ଅଧିକ ପଚରାଉଚରା ପରେ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମ ସେ କହିଥିଲା ।

ତେଵେ ଗତ ଫେବୃଆରୀ ୭ ତାରିଖ ୨୦୨୧ ରେ ଗୁଣି ଗାରେଡିକୁ କେନ୍ଦ୍ରକରି ସିମନଙ୍କ ଭାଇ ଡମ୍ବରୁଧରଙ୍କ ଉପରେ ଗୁଳି ଚଲାଇ ହତ୍ୟା ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣା ରେ ସିମନ ବର୍ତ୍ତି ଯାଇଥିବା ବେଳେ ଡମ୍ବରୁଧର ଆହତ ହୋଇଥିଲେ । ଉକ୍ତ ଘଟଣାରେ ଜାଡିଙ୍ଗିର ଆତ୍ମସମର୍ପଣକାରି ମାଓବାଦୀ ପ୍ରମୋଦ ମାଝୀ ( ସାଗର ) କୁ ଗିରଫ କରିଥିଲା ପୋଲିସ । ବିଚରାଧିନ କଏଦୀ ଭାବେ ସେ ଜେଲ୍ ରେ ଅଛନ୍ତି । ପୂର୍ବ ଘଟଣା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ବର୍ତ୍ତମାନ ସିମନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି । ଏଥିନିମନ୍ତେ ଅରୁଣ ସାଜିଥିଲା ସହଯୋଗୀ । ଗୁଣି କରି ଲୋକଙ୍କୁ ମାରୁଥିବା ନେଇ ପୂର୍ବରୁ ସିମନକୁ ଟାର୍ଗେଟ କରିଥିବା ବ୍ୟକ୍ତିମାନେ ଯୋଜନାବଦ୍ଧ ଭାବେ ସାପସିଲ ଘାଟି ନିକଟରେ ଆପେକ୍ଷା କରିରହିଥିଲେ ।

ଗୁରୁବାର ସଂନ୍ଧ୍ୟା ସମୟରେ ଖାରିଗୁଡାରୁ ସୁଦ୍ଧ ଭୋଜିରୁ ଫେରିବା ବେଳେ ରାସ୍ତା କଡ଼ରୁ ସିମନକୁ ଉଠାଇନେଇ ତାଙ୍କୁ ପିଟିପିଟି ମରଣାସ୍ତ୍ର ସାହାଯ୍ୟ ରେ ହତ୍ୟା କରାଯାଇଥିଲା । ଏଥିରେ ଅରୁଣ ମଧ୍ୟ ସହଯୋଗ କରିଥିଲା । ହତ୍ୟାକରିବା ପରେ ମୃତଦେହକୁ ସାପସିଲ ନିକଟ ହରଭଙ୍ଗି ଡ୍ୟାମର କୂଳରେ ମୃତଦେହକୁ ଫୋପାଡ଼ି ଚାଲିଯାଇଥିଲେ ଅଭିଯୁକ୍ତ ମାନେ ।

ଅନ୍ୟପଟେ ପୋଲିସ ମୃତଦେହ ବ୍ୟବଛେଦ ନିମନ୍ତେ ପଠାଇବା ସହ ହତ୍ୟାକାଣ୍ଡ ସ୍ଥଳରୁ ହତ୍ୟା ରେ ବ୍ୟବହୃତ ତିନୋଟି ଛୁରୀ, ଗୋଟିଏ ମୋବାଇଲ୍ , ପଥର ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି।

You might also like