କନ୍ଧମାଳରେ ଅଜଣା ରୋଗ ଆତଙ୍କ, ୫ ଜଣ ଆକ୍ରାନ୍ତ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଦାରିଙ୍ଗବାଡ଼ି ବ୍ଳକ କୁକେରମାହା ଗାଁରେ ଅଜଣା ରୋଗ ଆତଙ୍କ । ପିଲାଙ୍କ ଦେହରେ ଘା’ ହୋଇଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସପ୍ତାହେ ତଳେ ପ୍ରଥମେ ଜଣଙ୍କୁ ଏହି ରୋଗ ହୋଇଥିଲା । ଧିରେ ଧିରେ ଅନ୍ୟ ପିଲାଙ୍କୁ ଏହି ରୋଗ ବ୍ୟାପିଥିଲା । ଗାଁର ସାବତ ପ୍ରଧାନଙ୍କ ପୁଅ ବିଷ୍ଣୁ ପ୍ରଧାନଙ୍କୁ ଏହି ରୋଗ ହୋଇଥିଲା । ଦେହ ଅତ୍ୟନ୍ତ ଖରାପ ହେବାରୁ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ତୁରନ୍ତ ଗାଁକୁ ଡାକ୍ତରୀ ଟିମ୍‌ ପଠାଇ ଚିକିତ୍ସା କରିବା ପାଇଁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.