ସରସ୍ବତୀ ପୂଜା ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ଯାଜପୁର : ସରସ୍ଵତୀ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ବ୍ୟକ୍ତିଙ୍କୁ ଯାଜପୁର ଜିଲ୍ଲାର ଯଯାତି କେଶରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହୀ ଆଦମପୁର ଗାଁରେ ଘଟିଛି ଏଭଳି ଘଟଣା । ଗତ ବିଲମ୍ବିତ ରାତିରେ ଭସାଣି ଉତ୍ସବ ହୋଉଥିବା ବେଳେ କୌଣସି କାରଣରୁ ଉଭୟ ଗୋଷ୍ଠୀ କଥା କଟାକାଟିରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଉଭୟ ପକ୍ଷ ମଧ୍ୟରେ ପିଟାପିଟି ହେବାରୁ ୨ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ । ସମସ୍ତ ଆହତ ଯଯାତି କେଶରୀ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି।
ଆହୁରି ପଢ଼ନ୍ତୁ : ବୋଲେରୋରେ ବତୀ ଲଗାଇ ପୋଲିସକୁ ଭୂଆଁ ବୁଲାଇ ଲୁଟୁଥିଲେ, ୫ ବନ୍ଧା ହେଲେ