ବାଘୁଆ ମହୁମାଛି ଆକ୍ରମଣରେ ପାଞ୍ଚ ଆହତ, ମେଡିକାଲରେ ଭର୍ତ୍ତି

ବାଘୁଆ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଛତାବରୀ ନିକଟରେ l

ମୋହନା : ବାଘୁଆ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଛତାବରୀ ନିକଟରେ l ସମସ୍ତ ଆହତ ଗୋପାଳପୁର ଗୋଳlବନ୍ଧ ଗାଁର l ଆଜି ଗୋଟିଏ ପରିବାରର ୫ ଜଣ ଏକ କାର ଯୋଗେ ଗୋଳlବନ୍ଧ ରୁ ବିବାହ ପ୍ରସ୍ତାବ ନେଇ ମୋହନା ଆସୁଥିଲେ l ଛତାବରୀ ନିକଟରେ ଏକ ଗଛ ମୁଳେ କାର ରଖି ପରିସ୍ରା କରିବା ପାଇଁ ବାହାରକୁ ଆସିଥିଲେ ୫ ଜଣ l ତେବେ ଅଚାନକ ଗଛ ଉପରେ ଥିବା ବାଘୁଆ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା l ଆକ୍ରମଣରେ ସମସ୍ତେ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି l