ରାଉରକେଲା ପ୍ଲାଣ୍ଟ ସାଇଟ୍‌ ପୋଲିସକୁ ବଡ଼ ସଫଳତା, କବ୍‌ଜାରେ ୫ ଆନ୍ତଃରାଜ୍ୟ ଡକାୟତ

ରାଉରକେଲା(କେନ୍ୟୁଜ୍) : ରାଉରକେଲା ପ୍ଲାଣ୍ଟ ସାଇଟ୍‌ ପୋଲିସକୁ ବଡ଼ ସଫଳତା । ପୋଲିସ କବ୍‌ଜାରେ ୫ ଆନ୍ତଃରାଜ୍ୟ ଡକାୟତ । ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳରୁ ଆସି ରାଉରକେଲାରେ ଚଳାଇଥିଲେ ଡକାୟତି । ବିଶ୍ରା ଅଞ୍ଚଳରେ ଏକ ବଡ଼ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ପହଞ୍ଚି ପଚରାଉଚରା କରିବାରୁ ଖସିଯିବାକୁ ଉଦ୍ୟମ କରିଥିଲେ ଡକାୟତ ଗ୍ୟାଙ୍ଗ । ସେମାନଙ୍କ ମଧ୍ୟରୁ ୩ଜଣ ଫେରାର ହୋଇଯାଇଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୩ଟି ଭୁଜାଲୀ, ଗୋଟିଏ ଖଣ୍ଡା ଏବଂ ୭ଟି ମୋବାଇଲ୍‌ ଜବତ ହୋଇଛି । ଗିରଫ ମାଷ୍ଟର ମାଇଣ୍ଡ ସେକନୁର ଆଲମ୍‌ଙ୍କୁ ଅଧିକ ପଚରାଉଚରା କରି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବାକୁ ଆରମ୍ଭ କରିଛି ଛାନ୍‌ଭିନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.