ଲୁଣ ଭାବି ଖାଇଦେଲେ ପଟାସ ସାର, ୫ ନାବାଳକ ଡାକ୍ତରଖାନାରେ ଭର୍ତ୍ତି

ଅନୁଗୁଳ : ଲୁଣ ଭାବି ଖାଇଦେଲେ ପଟାସ ସାର । ୫ ଗୁରୁତର ନାବାଳକ ଡାକ୍ତରଖାନାରେ ଭର୍ତ୍ତି । ଅନୁଗୁଳ ଜିଲ୍ଲା ପାଲଲହଡା ନିକଟ ସାରୁଆଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସାରୁଆଳି ଗାଁର ଜଣଙ୍କ ବଗିଚାରେ ନାବାଳକମାନେ ଖେଳୁଥିବା ବେଳେ କାନ୍ଧିଆ ଖାଇଥିଲେ ।

କାନ୍ଧିଆରେ ଲୁଣ ଲଗାଇଖାଇବାକୁ ଯାଉ ପଟାସ ସାରକୁ ଖାଇଦେଇଥିଲେ। କିଛି ସମୟ ପରେ ଖେଳୁଥିବା ବେଳେ ନାବାଳକ ମାନେ ପ୍ରବଳ ବାନ୍ତି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ତା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ପାଲଲହଡା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ଯାବସ୍ଥା ସ୍ଥିର ଥିବା ଜଣାପଡିଛି ।

You might also like