ମାଓ ସଂଗଠନକୁ ବଡ଼ ଝଟକା: ପାଞ୍ଚଟି ବଙ୍କରକୁ ଧ୍ୱସ୍ତ କଲେ ସୁରକ୍ଷା ବାହିନୀ

ରାଉରକେଲା : ମାଓ ସଂଗଠନକୁ ବଡ଼ ଝଟକା । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନରେ ମାଓବାଦୀଙ୍କ କ୍ୟାମ୍ପ ଧ୍ୱସ୍ତ ହୋଇଛି । ପାଞ୍ଚଟି ବଙ୍କର କୁ ଧ୍ୱସ୍ତ କରିଛନ୍ତି ସୁରକ୍ଷା ବାହିନୀ । ଜଙ୍ଗଲରେ ନକ୍ସଲ ବନାଇ ଥିବା ବଙ୍କରକୁ ନଷ୍ଟ କରିଛି CRPF, ଡିଭିଏଫ ଓ ଝାଡ଼ଖଣ୍ଡ ଜାଗୁଆର ସୁରକ୍ଷା ବାହିନୀ । ଝାଡ଼ଖଣ୍ଡ ଓଡ଼ିଶା ସୀମାନ୍ତ ଅଞ୍ଚଳ ଜରେଇକେଲା ଥାନା କୁଳପାବୁରୁ ଜଙ୍ଗଲରେ ମାଓ ଗତିବିଧି ବୃଦ୍ଧି ପାଇଥିବା ଖବର ପାଇ ଚଢ଼ାଉ କରିଥିଲେ ସୁରକ୍ଷା ବାହିନୀ । ଏହି ଅଞ୍ଚଳରେ ଟପ ମାଓ ନେତା ମିସିର ବେସରା ଓ ମୋଛୁ ସହ ଅନମୋଲ ଗୋଷ୍ଠୀ ଅଧିକ ସକ୍ରିୟ ଥିବା ଖବର ପାଇଥିଲା ଚାଇବାସା ପୋଲିସ । ଚାଇବାସା ପୋଲିସ୍ , ସିଆରପିଏଫ, ଜାଗୁଆର ଓ ଡିଭିଏଫର ମିଳିତ କୁମ୍ବିଂ ଅପରେଶନରେ ବଙ୍କର ଗୁଡିକ ଧ୍ୱଂସ ପାଇଥିବା ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ : ବଲାଙ୍ଗିରରେ ବିକ୍ରି ଶିଶୁପୁତ୍ର ଟିଟିଲାଗଡ଼ରୁ ଉଦ୍ଧାର, ଗତକାଲି ବିକ୍ରି ଅଭିଯୋଗ ହୋଇଥିଲା