ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ଦାରିଙ୍ଗବାଡ଼ି  : ବିଷାକ୍ତ ଛତୁ ଖାଇ ରାପଡ଼ା ବାଡ଼ିର ଗୋଟିଏ ପରିବାରର ପାଞ୍ଚ ଜଣ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ବ୍ୟକ୍ତିଙ୍କୁ ଦାରିଙ୍ଗବାଡ଼ିର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପାଞ୍ଚ ଜଣଙ୍କ ଭିତରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।