ହୋଲିରେ ବିଭିନ୍ନ ସ୍ଥାନରେ ୫ ଜଣଙ୍କୁ ହତ୍ୟା, ପୋଲିସ ତଦନ୍ତ ଜାରି

(କେ ନ୍ୟୁଜବ୍ୟୁରୋ) : ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଜଣଙ୍କୁ ହତ୍ୟା ହୋଇଥିବା ଜଣାଯାଇଛି  l ଭୁବନେଶ୍ୱରରେ 2 ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ବ୍ରହ୍ମପୁର, ଅନୁଗୁଳ ଓ ସମ୍ବଲପୁରରେ ୩ ଜଣଙ୍କୁ ହତ୍ୟା କରାଯାଇଛି । ଭୁବନେଶ୍ୱରରେ ହୋଲିରେ ଗଡ଼ିଛି ଦୁଇଟି ମୁଣ୍ଡ । ସହିଦନଗର ଥାନା ଶାନ୍ତି ପଲ୍ଲୀ ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଛି ।

ହୋଲି ଖେଳକୁ ନେଇ ବଚସା ଓ ତା ପରେ ଚାରି ଜଣ ଛୁରୀରେ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳକୁ ପୋଲିସ ଯାଇ ତଦନ୍ତ କରୁଛି । ସେହିପରି ମଞ୍ଚେଶ୍ୱର୍ ସମେଇଗଡିଆ ଅଞ୍ଚଳରେ ହୋଇଛି ଆଉ ଏକ ହତ୍ୟାକାଣ୍ଡ। ମୃତକ ହେଲେ ସମେଇଗଡିଆର ଅଂଶୁମାନ ପତି । ପୋଲିସ ତଦନ୍ତ ଜାରି ରହିଛି । ବ୍ରହ୍ମପୁର ବୈଦନାଥପୁରରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି  l ଛୁରୀ ମାରି ଠିକାଦାରଙ୍କୁ ହତ୍ୟା କରାଯାଇଛି l ମେଡିକାଲରେ ଚିକିତ୍ସା ବେଳେ ଠିକାଦାରଙ୍କ ମୃତ୍ୟୁ ଘଟିଛି ।

ସେହିପରି ଅନୁଗୁଳ ନାଖରା ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ସମ୍ବଲପୁର ସାହୁ କଲୋନୀରେ ମଧ୍ୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଘରୁ ଡାକି ଆଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଛି । ସଦର ହସ୍ପିଟାରେ ମୃତ ଦେହ ଥିବା ବେଳେ ଅଭିଯୁକ୍ତ ଗିରଫ ହୋଇଛି ।