ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର (କେନ୍ୟୁଜ୍): ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା ଗାଧୋଇବା ସମୟରେ ଏହି ପ୍ରାଚୀନ ମୂର୍ତ୍ତି ତାଙ୍କ ଶରୀରରେ ବାଜିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ମୂର୍ତ୍ତି ଗୁଡିକୁ ପାଣିରୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ହୋଇଥିବା ନୃସିଂହ, ଶିବ,ନାରାୟଣୀ,କୃଷ୍ଣ,ଏବଂ କାଳୀୟ ଦଳନ ମୂର୍ତ୍ତିକୁ ବରାହ ମନ୍ଦିର ପରିସରରେ ରଖି ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ଗତ ୨/୩ ମାସ ତଳେ ବରାହ ଗଣ୍ଡ ଓ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ କୃଷ୍ଣ ମୂର୍ତ୍ତି, ଚାମୁଣ୍ଡା ମୃର୍ତ୍ତି, ଭୈରବୀ ମୂର୍ତ୍ତି, ସୂର୍ଯ୍ୟନାରାୟଣ ମୂର୍ତ୍ତି, ଶିବ ମୂର୍ତ୍ତି ଭଳି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗ ଅଧିକ ଖନନ କରିବା ସହିତ ମୂର୍ତ୍ତି ଗୁଡିକର ରକ୍ଷଣାବେକ୍ଷଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.