ଗଞ୍ଜାମ: କୃମି ନାଶକ ଔଷଧ ଖାଇ ୫ ଛାତ୍ରୀ ଅସୁସ୍ଥ

ଗଞ୍ଜାମ(କେନ୍ୟୁଜ୍): କୃମି ନାଶକ ଔଷଧ ଖାଇ ୫ ଛାତ୍ରୀ ଅସୁସ୍ଥ । ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ୍‌ ଜରଡ଼ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ବୁଧବାର ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଇଥିଲା । ଔଷଧ ଖାଇ ୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଚିକିତ୍ସା ପରେ ସୁସ୍ଥ ହେବାରୁ ଘରକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଗତକାଲି ପୁଣି ୫ ଜଣ ଛାତ୍ରୀ ସ୍କୁଲ ଆସିଥିବା ବେଳେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.