ତାଳଚେରରେ ୫ ଜଣ ଆନ୍ତଃଜିଲ୍ଲା ସୁପାରୀ କିଲର ଗିରଫ

ତାଳଚେର: ସଦର ଥାନା ପୋଲିସ ୫ ଜଣ ଆନ୍ତଃଜିଲ୍ଲା ସୁପାରୀ କିଲରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ, ମାଉଜର ସମେତ ଅନେକ ମାରଣାସ୍ତ୍ର। କୋଇଲା ଖଣିରେ ନିୟୋଜିତ ବଡ଼ ବଡ଼ ଗାଡିରୁ ଡିଜେଲ ଚୋରିକୁ ନେଇ ଦୁଇଟି ଗ୍ୟାଙ୍ଗ ମଧ୍ୟରେ ବିବାଦ ଲାଗି ରହିଥିଲା।

talcherସେଥିରୁ ଗୋଟିଏ ଗ୍ୟାଙ୍ଗ ହତ୍ୟା ପାଇଁ ୫ଜଣ ସୁପାରୀ କିଲରଙ୍କୁ ୫ ଲକ୍ଷ ଟଙ୍କା ଦେଇ ତାଳଚେରରେ ଆଣି ରଖିଥିଲା। ପୋଲିସ ଏ ବାବଦରେ ସୂଚନା ପାଇବା ପରେ ସଂପକ୍ତ ସୁପାରୀ କିଲରଙ୍କୁ ଗିରଫ କରିଛି। ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.