ଦୁର୍ଲଭ ବେଲପତ୍ର, ଏକ ସଂଗେ ମିଳିଲା ପଞ୍ଚଶାଖା ଓ ସପ୍ତଶାଖା ପତ୍ର

ବେଗୁନିଆ (କେନ୍ୟୁଜ୍) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତଳଗଡ଼ ବାବା ଲୋକନାଥ ଦେବଙ୍କ ମସ୍ତକରେ ଲାଗି ହୋଇଛି ଦୁର୍ଲଭ ଶହେ ଆଠ ପଞ୍ଚଶାଖା ଏବଂ ସପ୍ତଶାଖା ବେଲପତ୍ର । ଏହି ଗାଁର ଶଶାଙ୍କ ମହାପାତ୍ର ଜଙ୍ଗଲରୁ ଏହି ଦୁର୍ଲଭ ବେଲପତ୍ର ଗୁଡିକ ପାଇବା ପରେ ଗ୍ରାମବାସୀ ଏକତ୍ର ହୋଇ ଗାଁର ପ୍ରତ୍ୟକ୍ଷ ଠାକୁର ବାବା ଲୋକନାଥ ଦେବଙ୍କ ନିକଟରେ ଏହି ଦୁର୍ଲଭ ବେଲପତ୍ରକୁ ଲାଗି କରାଇଥିଲେ । ଶହେଆଠ ଶିବତାଣ୍ଡବ ଶ୍ଲୋକ ସହିତ ଏହି ବେଲପତ୍ରକୁ ଲାଗି କରାଯାଇଛି ।

ଭକ୍ତଙ୍କ ବିଶ୍ୱାସ ଏହି ବେଲପତ୍ର ମିଳିବା ଅତ୍ୟନ୍ତ ଶୁଭ ସଂକେତ । ପୁଣି ତାହାକୁ ପ୍ରଭୁ ମହାଦେବଙ୍କ ଉପରେ ଚଢ଼ାଇଲେ ବାବାଙ୍କ ଆଶୀର୍ବାଦ ମିଳିଥାଏ । ଏବେ ସାରା ଗାଁରେ ଏହି ବିରଳ ବେଲପତ୍ରକୁ ନେଇ ଚର୍ଚ୍ଚା ଚାଲିଛି ।

BELAPATRA-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.