ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା, ୫ ମହିଳା ଗିରଫ

ନୟାଗଡ଼ (କେନ୍ୟୁଜ୍):ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା । ୫ଜଣ ମହିଳାଙ୍କୁ ଗିରଫ କଲା ନୟାଗଡ଼ ଥାନା ପୋଲିସ। ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ଦଶପଲ୍ଲା ବାଣିଗୋଚ୍ଛା ଅଞ୍ଚଳର କିଛି ଲୋକଙ୍କ ଜମି ଯାଇଥିବା ବେଳେ ଆର୍ଥିକ ସହାୟତା ଟଙ୍କା ପାଇଁ ସେମାନେ ବାରମ୍ବାର ଭୂ-ଅର୍ଜନ ଅଫିସରଙ୍କ ନିକଟକୁ ଦୌଡୁଥିଲେ। ମାତ୍ର ଭୁ-ଅର୍ଜନ ଅଫିସର ସେମାନଙ୍କୁ ଟଙ୍କା ଦେଇନଥିବା ଅଭିଯୋଗ ହୋଇଥିଲା।

ଖରାପ ଭାଷାରେ ଗାଳି ଗୁଲଜ୍‌ କରିବା ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। କିଛି ମହିଳା ଭୁ-ଅର୍ଜନ ଅଫିସରଙ୍କ ଘର ପାଖରେ ଲୁଚି ରହିଥିଲେ। ଅଫିସ ଯାଉଥିବା ବେଳେ ତାଙ୍କୁ ଅଳତା, ସିନ୍ଦୁର ପିନ୍ଧେଇବା ସହ ଚପଲ ଓ ଝାଡ଼ୁରେ ନିର୍ଧୁମ୍‌ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିଥିଲା। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ଅନ୍ୟ ମହିଳାମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ନୟାଗଡ଼ ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.