ଶ୍ରୀ ରାମ ନବମୀ ଓ ଇଦ ପାଇଁ ଭଦ୍ରକରେ କଡ଼ା ସୁରକ୍ଷା ବ୍ୟବସ୍ଥା, ସହରରେ ଫ୍ଲାଗ ମାର୍ଚ୍ଚ

ଭଦ୍ରକ : ଶ୍ରୀ ରାମ ନବମୀ ଓ ଇଦ ପାଇଁ ଭଦ୍ରକରେ କଡ଼ା ସୁରକ୍ଷା ବ୍ୟବସ୍ଥା। ସନ୍ଧ୍ୟାରେ ସହରରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ। ଶାନ୍ତି ଶୃଙ୍ଖଳାର ସହି ପର୍ବ ପାଳନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ। ଭଦ୍ରକ ଟାଉନ ଥାନା ପରିସରରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ଭଦ୍ରକ ସହର ଓ ପୁରୁଣା ବଜାର ଅଂଚଳ ପରିକ୍ରମା କରିଥିଲା। ପୋଲିସ ଓ CRPF ଯବାନ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଥିଲେ। ଶ୍ରୀ ରାମ ନବମି ଓ ଇଦ ପର୍ବ ପାଇଁ ଭଦ୍ରକ ରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୧୫୦ରୁ ଅଧିକ ପୋଲିସ ଅଫିସର ଓ BSF ଏବଂ CRPF ଯବାନ ମୁତୟନ ହେବେ।