ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

କଟକ : ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ । ଚୌଧୁରୀ ବଜାରରୁ ବାହାରି ଝୋଲା ସାହି, ଦୋଳ ମୁଣ୍ଡେଇ, ରାଣୀହାଟ, ମଙ୍ଗଳାବାଗ,ବକ୍ସି ବଜାର ଦେଇ ସହର ପରିକ୍ରମା କରିଛି କମିଶନରେଟ୍ ପୋଲିସ। କଟକ ଡିସିପି, ଅତିରିକ୍ତ ଡିସିପି, ସମସ୍ତ ଏସିପି, ଥାନାଧିକାରୀ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ସହରରେ ମୋଟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଆଜି ରାତିରୁ ପାଟ୍ରୋଲିଂ କଡାକଡି କରିବ କମିଶନରେଟ ପୋଲିସ । ଶାନ୍ତି ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି କଟକ ଡିସିପି ।