Below header

ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ, ଅବାଧ ନିର୍ବାଚନ ପାଇଁ ଓଡ଼ିଶା ପହଞ୍ଚିଛନ୍ତି

ନିର୍ବାଚନ ପୂର୍ବରୁ ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ । ବିଭିନ୍ନ ବସ୍ତି ଓ କଲୋନୀ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛନ୍ତି କେନ୍ଦ୍ରୀୟ ଫୋର୍ସ।

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ । ବିଭିନ୍ନ ବସ୍ତି ଓ କଲୋନୀ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛନ୍ତି କେନ୍ଦ୍ରୀୟ ଫୋର୍ସ। ଅପରାଧ ଓ ଅପରାଧୀଙ୍କୁ ଦମନ କରିବାକୁ CRPF ୧୩୫ ମହିଳା ବ୍ରାଭୋ କମ୍ପାନୀ ବସ୍ତି ବସ୍ତି ବୁଲି କରୁଛନ୍ତି ଫ୍ଲାଗମାର୍ଚ୍ଚ ।

ଅବାଧ ନିର୍ବାଚନ ପାଇଁ ଓଡ଼ିଶା ପହଞ୍ଚିଛନ୍ତି ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ । ମହିଳା ଯବାନ ରାଜଧାନୀର ଶିଶୁ ଭବନ ଛକ, କ୍ୟାପିଟାଲ ଓ ଖାରବେଳ ନଗର ଥାନାର ଅପରାଧ ପ୍ରବଣ ଝରଣା , କେଦରୋପଲି , ଫାଳିକିଆ ବସ୍ତି ଆଦିରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.