ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲାକୁ ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା (କେନ୍ୟୁଜ): ଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିଲା ବିମାନ । ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲାକୁ ବିମାନସେବା। ବିମାନବନ୍ଦରରେ ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସିରେ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ଉପସ୍ଥିତ ଥିଲେ। ମନ୍ତ୍ରୀ ଟୁକୁନି ସାହୁ, ଅଶୋକ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଉପସ୍ଥିତ ଥିଲେ। ୧୨ ତାରିଖରୁ ଦୈନିକ ରାଉରକେଲାକୁ ଉଡ଼ିବ ବିମାନ।

ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୧୦ଟା ୪୫ ରେ ଏଟିଆର-୭୨ ଆଲାଏନ୍ସ ଏୟାର ଲାଇନ୍ସ ବିମାନ ଉଡାଣ ଭରିଛି । ରାଉରକେଲାରେ ୧୧ଟା ୪୦ରେ ପହଁଞ୍ଚିବ । ସେହିପରି ରାଉରକେଲା ବିମାନ ବନ୍ଦରରୁ ୧୨ଟା ୫ରେ ବାହାରି ଭୁବନେଶ୍ୱରରେ ଗୋଟାଏରେ ପହଞ୍ଚିବ । ପ୍ରଥମ କରି ଏଲାଏନ୍ସ ଏୟାର ଲାଇନ୍ସର ଗୋଟିଏ ବିମାନ ଓ ଦୁଇଟି ଚାଟାର୍ଡ ବିମାନ ଉଡାଣ ଭରିବ । ରାଉରକେଲାରୁ ଭୁବନେଶ୍ୱର ବିମାନ ଟିକେଟ ୨୮୯୮ ଟଙ୍କା ରହିଛି।

ସେହିପରି ଭୁବନେଶ୍ୱରରୁ ରାଉରକେଲା ବିମାନ ଟିକେଟ ଦାମ୍‌ ରହିଛି ୨୮୩୦ ଟଙ୍କା । ନିୟମିତ ଭାବେ ବିମାନ ଚଳାଚଳ ସମୟ ରାଉରକେଲାରୁ ଅପରାହ୍ଣ ୨ଟା ୫୫ରେ ବାହାରି ଭୁବେନେଶ୍ୱରରେ ୩ଟା ୫୦ ରେ ପହଞ୍ଚିବ । ଭୁବନେଶ୍ୱରରୁ ୪ଟା ୧୫ରେ ବାହାରି ରାଉରକେଲାରେ ୫ଟା ୧୦ରେ ପଂହଚିବ । ବିମାନରେ ୭୨ଟି ସିଟ୍‌ ରହିଛି ।

Leave A Reply

Your email address will not be published.