ଆସନ୍ତାକାଲି ଠାରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କଲିକତା, ଭୁବନେଶ୍ୱର ଓ ରାୟପୁରକୁ ପ୍ରତିଦିନ ଉଡିବ ବିମାନ

କେନ୍ଯୁଜ୍: ଆସନ୍ତା କାଲିଠାରୁ ଅର୍ଥାତ ଜୁଲାଇ ୨୪ରୁ କଲିକତା, ଭୁବନେଶ୍ୱର ଓ ରାୟପୁରକୁ ପ୍ରତିଦିନ ଉଡିବ ବିମାନ l ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଇନ୍ସ ଏୟାର ଆସନ୍ତା ୨୪ ତାରିଖରୁ କଲିକତା, ଭୁବନେଶ୍ୱର ଓ ରାୟପୁରକୁ ପ୍ରତିଦିନ ବିମାନ ସେବା ପ୍ରଦାନ କରିବ । ଏଥିପାଇଁ ଏଲାଇନ୍ସ ଏୟାର ପକ୍ଷରୁ ଜୁଲାଇ ୨୪ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ୧ମାସର ସମୟ ସାରିଣୀ ପ୍ରସ୍ତୁତ କରାଯାଇଛି । ନୂତନ ସମୟ ସାରିଣୀ ଅନୁସାରେ ଏଲାଇନ୍ସ ଏୟାର ବିମାନ କଲିକତାରୁ ସକାଳ ୬ଟା ୪୫ ମିନିଟରେ ଉଡାଣ ଭରି ଝାରସୁଗୁଡାରେ ୮ଟା୫ ମିନିଟରେ ପହଞ୍ଚିବ। ପୁଣି ଝାରସୁଗୁଡାରୁ ୮ଟା ୩୫ ମିନିଟରେ ଉଡାଣ ଭରି ୯ଟା୫୦ ମିନିଟରେ ଭୁବନେଶ୍ୱର ପହଞ୍ଚିବ।
ସେହିପରି ଭୁବନେଶ୍ୱରରୁ ସକାଳ ୧୦ଟା୨୦ ମିନିଟରେ ଉଡାଣ ଭରି ଝାରସୁଗୁଡାରେ ୧୧ଟା୧୦ମିନିଟରେ ପହଞ୍ଚିବ ଏବଂ ଝାରସୁଗୁଡାରୁ ୧୧ଟା ୩୫ରେ ଉଡାଣ ଭରି ରାୟପୁରରେ ଅପରାହ୍ନ ୧୨ଟା୨୫ରେ ପହଞ୍ଚିବ। ପୁଣି ରାୟପୁରୁରୁ ଅପରାହ୍ନ ୧୨ଟା୫୦ରେ ଉଡାଣ ଭରି ଝାରସୁଗୁଡାରେ ୧ଟା ୪୫ ମିନିଟରେ ପହଞ୍ଚିବ ଏବଂ ଝାରସୁଗୁଡାରୁ ଅପରାହ୍ନ ୨ଟା ୧୦ରେ ଉଡାଣ ଭରି ୩ଟା ୩୫ରେ କଲିକତାରେ ପହଞ୍ଚିବ ।