ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ପାଣି

କଟକ (କେନ୍ୟୁଜ୍) : ବନ୍ୟା ପାଣିରେ ବୁଡ଼ିଲା ମନ୍ଦିର । କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ପାଣି । ନଦୀର ପାଣି ମନ୍ଦିର ଭିତରେ ପ୍ରବେଶ କରିଛି । ଫଳରେ ମାଆଙ୍କ ସମସ୍ତ ନୀତି ବନ୍ଦ ରହିଛି । ଆଗକୁ ଅଧିକ ପାଣି ଆସିବା ଆଶଙ୍କା ଥିବାରୁ ମାଆଙ୍କ ପ୍ରତିମାକୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଉଛି ।