ମାଲକାନାଗିରିରେ ବିଗିଡ଼ିବାରେ ଲାଗିଛି ବନ୍ୟା ସ୍ଥିତି, ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନାଗିରିରେ ବନ୍ୟା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଜିଲ୍ଲାରେ ୬ ଦିନ ହେବ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ପାଙ୍ଗମ, ପୋଟେରୁ, କାଙ୍ଗୁରକୋଣ୍ଡା, ଏମ୍‌ଭି-୯୬, କରୁକୋଣ୍ଡା, ଏମ୍‌ଭି-୩୭ ପୋଲ ଉପରେ ୩ରୁ ୪ ଫୁଟ ପର୍ଯ୍ୟନ୍ତର ପାଣି ପ୍ରବାହିତ ହେଉଛି। ଫଳରେ ଜୟପୁର ସହ ମାଲକାନଗିରି, ମାଲକାନଗିରି ସହ ମୋଟୁ ଏବଂ ମାଲକାନଗିରି ସହ ବାଲିମେଳାର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପ୍ରବଳ ବେଗରେ ପାଣି ବହୁଥିବାରୁ ପୋଲର ଉଭୟ ପାଶ୍ୱରେ ଶତାଧିକ ଗାଡି ଅଟକି ରହିଛି ।

କହିରଖିବା ଉଚିତ ହେବକି ଗଲା କିଛି ଦିନ ହେବ ଲଗାଣ ବର୍ଷା କାରଣରୁ ଜିଲ୍ଲାରେ ଜନଜୀବନ ଅସ୍ଥାବ୍ୟସ୍ଥ ହୋଇପଡିଛି । ଏମିତିକି ଜିଲ୍ଲାର କାଙ୍ଗୁରକୋଣ୍ଡା ପୋଲ ଉପରରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଭାସି ଯାଇଥିଲା । ପୋଲ ଉପରେ ୫ ଫୁଟର ପାଣି ଚାଲୁଥିବାବେଳେ ପାଣିର ବେଗ ସମ୍ଭାଳି ନପାରି ଟ୍ରକଟି ଭାସି ଯାଇଥିଲା । ସ୍ଥାନୀୟ ଲୋକ ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.