ହୀରାକୁଦର ଜଳସ୍ତର ବୃଦ୍ଧି ପାଇବା ଫଳରେ ବଢୁଛି ମହାନଦୀ, ତଳିମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ଆଶଙ୍କା

କେନ୍ୟୁଜ୍: ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବା ଫଳରେ ବଢୁଛି ମହାନଦୀ। ଫଳରେ ତଳିମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଲୋକେ ଆତଙ୍କିିତ ହୋଇ ରହିଛନ୍ତି। ନଈକୂଳରେ ଥିବା ବସ୍ତି ବାସିନ୍ଦାଙ୍କ ଘର ଭିତରେ ପଶିଛି ପାଣି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ମହାନଦୀର ବନ୍ୟାଜଳ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମହାନଦୀ ବନ୍ୟାଜଳ କଟକ ନରାଜ ମୁଣ୍ଡୁଳି ଦେଇ ଅତିକ୍ରମ କରିବ। ଏହାପୂର୍ବରୁ ତେଲ ନଦୀରେ ବନ୍ୟା ପାଣି ମାଡି ଆସିବାରୁ ନରାଜର ୪୬ଟି ଗେଟ୍‌ ଖୋଲାଯାଇଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବାଲି ବସ୍ତା ପକାଇ ନଦୀ ବନ୍ଧକୁ ମଜବୁତ୍‌ କରାଯାଉଛି।