ବଢୁଛି ହୀରାକୁଦ ଜଳସ୍ତର, ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର : ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦର ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୦.୧୭ ଫୁଟ। ବାମ ପଟୁ ୧୦ଟି ଓ ଡାହାଣ ପଟୁ ୪ଟି ଗେଟ୍ ଖୋଲା ରହିଛି। ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୭୪ ହଜାର ୮୪୯ କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୨ ଲକ୍ଷ ୪୬ ହଜାର ୭୬୫ କ୍ୟୁସେକ୍ ଜଳ।

ସୂଚନା ଅନୁଯାୟୀ ଗତଦୁଇ ଦିନ ତଳେ ଦୁଇଟି ପର୍ୟ୍ୟାୟରେ ୮ଟି ଗେଟ୍ ଖୋଲାଯାଇଛି। ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଦୁଇଟି ପର୍ୟ୍ୟାୟ ୪ ଲେଖାଏଁ ଗେଟ୍ ଖୋଲିଛି। ଫଳରେ ଏବେ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

ସେପଟେ  ରେଙ୍ଗାଲି ଉପରମୁଣ୍ଡରେ ୨୨ ମିଳିମିଟର ବର୍ଷା ହୋଇଛି। ଏଥିରେ ରେଙ୍ଗାଲି ଓ ବ୍ରାହ୍ମଣୀ ଜଳ ଭଣ୍ଡାରରେ ସ୍ଥିତି ସୁଧୁରିଛି। ତେଣୁ କେଉଁଠି ବି ବନ୍ୟା ନାହିଁ କି ସ୍ଥିତି ବି ଉପୁଜିନି। ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି। ଆଗାମୀ ଦୁଇ ଦିନରେ ବ୍ରାହ୍ମଣୀ, ବୈତରଣୀ ଓ ବୁଢାବଳଙ୍ଗରେ ବର୍ଷା ଦେଖାଉଛି। ତେଣୁ ଆଗୁଆ ସଜାଗ ଅଛୁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like