କଟକ-ବାଙ୍କୀ ରାସ୍ତା ଉପରେ ଚାଲିଛି ପାଣି, କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଙ୍କୀ(କେନ୍ୟୁଜ୍): କଟକ-ବାଙ୍କୀ ରାସ୍ତାରେ ପାଣି। କଇଁମୁଣ୍ଡା ଠାରେ ରାସ୍ତା ଉପରେ ପାଣି ଚାଲିଛି। ଗତ ଦୁଇ ଦିନ ଧରି ମହନଦୀରେ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଜଳବନ୍ଦୀ ହୋଇ ରହିଛନ୍ତି ଶହ ଶହ ଲୋକ। ଘରେ ପାଣି ପଶିବାରୁ ପିଲାଛୁଆ ଧରି ଭୋକ ଉପାସରେ ଲୋକମାନେ ପଡିରହିଛନ୍ତି।

water

ସେପଟେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଫୁଲୁଛି କାଠଯୋଡି ଓ ମହାନଦୀ। ନରାଜଠାରେ ବିପଦ ସଙ୍କେତ ଉପରେ ଜଳସ୍ତର। ବିପଦ ସଙ୍କେତ ୨୬.୫୯ ଥିବାବେଳେ ସକାଳ ୬ଟା ସୁଦ୍ଧା ୨୬.୪୨ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ଅପରାହ୍‌ଣରେ କଟକ ମୁଣ୍ଡୁଳୀରେ ଅତିକ୍ରମ କରିବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ବନ୍ୟା ପାଣି । ସନ୍ଧ୍ୟାରେ ସର୍ବାଧିକ ଜଳ ପ୍ରବାହିତ ହେବ । ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୮ ଲକ୍ଷ ୫୭ ହଜାର ୯୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ନରାଜ ବ୍ୟାରେଜ ଦେଇ ୪ଲକ୍ଷ ୨୩ ହଜାର କ୍ୟୁସେକ ଜଳ କାଠଯୋଡିରୁ ନିଷ୍କାସିତ ହେଉଛି ।

Leave A Reply

Your email address will not be published.