ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା, ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି

କଟକ: ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା । କଟକ ଜିଲ୍ଲା ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି । ଫଳରେ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇଛନ୍ତି । କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ରାସ୍ତାଘାଟ ବି ବୁଡ଼ିଛି ।

ସୂଚନା ଥାଉକି, ହୀରାକୁଦର ଗେଟ୍ ଖୋଲିବାପରେ ମହାନଦୀର ଜଳସ୍ତର ବଢିବା ଫଳରେ ସହରର ତଳି ଅଞ୍ଚଳ ଗୁଡ଼ିକୁ ମହାନଦୀ ବନ୍ଯା ଜଳ ପଶିଯାଇ ଲୋକଙ୍କ ଅନେକ କ୍ଷୟକ୍ଷତି କରିଛି। ମହାନଦୀରେ ବନ୍ୟା ଆଶଙ୍କା । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୮ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୭ ଲକ୍ଷ ଜଳ ମହାନଦୀରେ ପ୍ରବାହ ହେଉଛି।

Leave A Reply

Your email address will not be published.